27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନ ମନ୍ତ୍ରୀ ମୋଦୀ କରିବେ ୨୨ କିଲୋମିଟର ରୋଡ ଶୋ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନ ମନ୍ତ୍ରୀ ମୋଦୀ କରିବେ ୨୨ କିଲୋମିଟର ରୋଡ ଶୋ

ଅହମଦାବାଦ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁଜୁରାଟର ଅହମଦାବାଦରେ ୨୨ କିଲୋମିଟର ଲମ୍ବା ରୋଡ ଶୋ’ କରିବେ । ଅହମଦାବାଦ ସିଟି ମେୟର ବିଜଲ ପଟେଲ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଟ୍ରମ୍ପ ଓ ମୋଦୀ ଆଗାମୀ ଫେବୃଆରୀ ୨୪ରେ ଏହି ରୋଡ ଶୋ’ରେ ଯୋଗଦେବେ । ଏହି ରୋଡ ଶୋ’ରେ ପ୍ରାୟ ୫୦ ହଜାର ଲୋକ ସାମିଲ ହେବେ ବୋଲି ଆଶା କରାଯାଉଛି ।ଏହି ରୋଡ ଶୋ’ରେ ଟ୍ରମ୍ପ ଓ ମୋଦୀ ମୁଖ୍ୟ ଆକର୍ଷଣ ରହିବେ ବୋଲି କୁହାଯାଉଛି ।
ମେୟର ପଟେଲ କହିଛନ୍ତି କି ସହରକୁ ଆସିଥିବା କୌଣସି ଉଚ୍ଚ ପଦାଧିକାରୀଙ୍କ ପାଇଁ ବୋଧେ ଏହା ହେବ ସବୁଠାରୁ ଲମ୍ବ ରୋଡ ଶୋ’ । ଅଧିକାରୀଙ୍କ ଦ୍ୱାରା ଅହମଦାବାଦ ନଗର ନିଗମ କୁ ରୁଟ ପ୍ଲାନ ଅନୁସାରେ ଟ୍ରମ୍ପ ଓ ମୋଦୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ସର୍ବ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ସହିତ ଜଡ଼ିତ ସାବରମତୀ ଆଶ୍ରମ ଯିବେ । ଆଶ୍ରମରୁ ଦୁଇ ନେତା ବିମାନବନ୍ଦର ନିକଟରେ ଥିବା ଇନ୍ଦିରା ବ୍ରିଜ, ଏସପି ରିଙ୍ଗରୋଡ ଦେଇ ମୋତେରାରେ ନବନିର୍ମିତ କ୍ରିକେଟ ଷ୍ଟାଡିୟମ ପହଞ୍ଚିବେ । ଏଠାରେ କ୍ରିକେଟ ଷ୍ଟାଡିୟମକୁ ଉଦଘାଟନ କରିବେ । ଏହି କ୍ରିକେଟ ଷ୍ଟାଡିୟମରେ ୧ ଲକ୍ଷ ୧୦ ହଜାର ଲୋକ ବସିବା ପାଇଁ ସିଟ ଅଛି । ଏହି ୨୨ କିଲୋମିଟର ଲମ୍ବ ରୋଡ ଶୋ’ରେ ପ୍ରାୟ ୫୦ ହଜାର ଲୋକ ଉପସ୍ଥିତ ରହିବାର ଆଶା ଦେଖାଯାଉଛି । କାରଣ ଅହମଦାବାଦ ପାଇଁ ବୋଧେ ଏହା ହେଉଛି ସବୁଠାରୁ ଦୀର୍ଘତମ ରୋଡ ଶୋ’ । ରୋଡ ଶୋ’ରେ ୩୦୦ ସଂଗଠନ ଏବଂ ଏନଜିଓର ସ୍ୱେଚ୍ଛାସେବୀ ଯୋଗ ଦେବେ । ପଟେଲ ଏଏମସି ଅଧିକାରୀଙ୍କ ସହ ଶୁକ୍ରବାର ସାମାଜିକ, ସାଂସ୍କୃତିକ ଏବଂ ଧାର୍ମିକ ସଂଗଠନର ପ୍ରତିନିଧିଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking