37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଆମେରିକା ଦଙ୍ଗାରେ ଟ୍ରମ୍ପଙ୍କ ହାତ ନଥିଲା: ସିନେଟ

ଆମେରିକା ଦଙ୍ଗାରେ ଟ୍ରମ୍ପଙ୍କ ହାତ ନଥିଲା: ସିନେଟ

ୱାସିଂଟନ : ଆମେରିକା କ୍ୟାପିଟାଲରେ ୬ ଜାନୂଆରୀକୁ ହୋଇଥିବା ଦଙ୍ଗା ମାମଲାରେ ମହାଅଭିଯୋଗର ସାମନା କରୁଥିବା ଆମେରିକାର ପୁର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଓକିଲ ଆଜି ସିନେଟରେ କହିଛନ୍ତି ଯେ, ଟ୍ରମ୍ପ ଆଇନ ବ୍ୟବସ୍ଥାର ପ୍ରମୁଖ ଥିଲେ ଓ ତାଙ୍କ ଭାଷଣ ଯୋଗୁଁ ଦଙ୍ଗା ହୋଇନାହିଁ । ଓକିଲ ଦାବୀ କରିଥିଲେ, ଟ୍ରମ୍ପଙ୍କ ବିରୁଦ୍ଧରେ ମହାଅଭିଯୋଗ ବେଳେ ଲାଗାଯାଇଥିବା ସମସ୍ତ ଆରୋପ ମଧ୍ୟର କିଛି ପ୍ରମାଣ କରାଯାଇପାରି ନାହିଁ ।
ଟ୍ରମ୍ପଙ୍କ ଓକିଲ ବ୍ରୁସ କେସ୍ଟର କହିଛନ୍ତି ଯେ, ପ୍ରତିନିଧି ସଭାର ପ୍ରବନ୍ଧକ ମାନେ ମହାଅଭିଯୋଗ ପାଇଁ ଯେଉଁ ସବୁ ଆରାପ ପ୍ରସ୍ତୁତ କରିଥିଲେ , ତାକୁ ସତ୍ୟ ପ୍ରମାଣ କରିବା ପାଇଁ ପ୍ରମାଣର ଅଭାବ ରହିଛି ।

କେଷ୍ଟର କହିଛନ୍ତି ଯେ, ପ୍ରତିନିଧି ସଭ୍ୟ ମାନେ ରାଜନିତୀରୁ ପ୍ରେରିତ ହୋଇ ଏପରି ମହାଅଭିଯୋଗ ପ୍ରସ୍ତାବ ଆଣିଛନ୍ତି । ରାଜଦ୍ରୋହ ସେବେ ହୋଇଥାଏ ଯେବେ ଦେଶର କ୍ଷମତା ହାସଲ କରାଯିବା ପାଇଁ ଏପରି ଦଙ୍ଗା କରାଯାଏ । ସେ କହିଥିଲେ ଏହି ଦଙ୍ଗା ପୁର୍ବ ନିର୍ଦ୍ଧାରିତ ଥିଲା । ଏଥିରେ ଦେଶର ରାଷ୍ଟ୍ରପତିଙ୍କର ହାତ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking