ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ଟ୍ୟାଙ୍କରରୁ ଗ୍ୟାସ ଲିକ

ସମ୍ବଲପୁର: ସମ୍ୱଲପୁର-ରେଢାଖୋଲର ୫୫ ନମ୍ୱର ଜାତୀୟ ରାଜପଥ ଯୁଜୁମୁରାଠାରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଏକ ଲୁହାପଥର ବୋଝେଇ ଟ୍ରକ୍ ଓ ଗ୍ୟାସ୍ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଉଭୟ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏଥିରେ ୨ ଜଣ ଜଳି ଯାଇଥିଲେ ।
ତେବେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରେ ଏଲପିଜି ଗ୍ୟାସ୍ ଥିବା ବେଳେ ତାହା ଲିକ୍ ହେଉଥିବା ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଦୁର୍ଘଟଣାସ୍ଥଳକୁ ପୁଲିସ୍ ସିଲ୍ କରିଦେଇଛି । ଯୁଯୁମୁରା ନିକଟରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ସିଲ୍ କରି ଦିଆଯାଇଛି । ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୁଲିସ୍ ପହଞ୍ଚିଛନ୍ତି । ତୈଳ କମ୍ପାନୀ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଲିକକୁ ବନ୍ଦ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଥିବା ଜଣାଯାଇଛି ।
https://onakhabar.com/2019/12/14/truck-tanker-accident-2-driver-burnt/