40.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ୧୧କେଭି ତାର ଲାଗି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ପୁଣି ୧୧କେଭି ତାର ଲାଗି ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ମହାକାଳପଡ଼ା: ଗତକିଛିଦିନ ପୂର୍ବରୁ ବ୍ରହ୍ମପୁରରେ ୧୧କେଭି ତାର ଲାଗି ଏକ ବଡ ଅଘଟଣ ହୋଇଥିବା ମନରୁ ନଲିଭୁଣୁ ପୁଣି ଏକ ଅଘଟଣ କେନ୍ଦ୍ରାପଡାରେ ଦେଖିବାକୁ ମଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ଥାନା ଅନ୍ତର୍ଗତ ତରପଦା ଗାଁରେ ଏକ ବାଲି ବୋଝେଇ ହାଇୱାର ଡାଲା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ମୃତ ଡ୍ରାଇଭର ହେଲେ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ ।
ସୂଚନା ଅନୁଯାୟୀ, ଜମ୍ବୁ ମେରାଇନ୍ ଥାନା ଅନ୍ତର୍ଗତ ବରଜ ବାହାକୁଦ ଗାଁର ପ୍ରଭାତ ସେଠୀ ନାମକ ଜଣେ ଟ୍ରକ୍ ଚାଳକ ଏକ ବାଲିବୋଝେଇ ଟ୍ରକ୍ ଧରି କଂସାରବଡ଼ଦାଣ୍ଡୁଆ ଗ୍ରାମକୁ ଯାଉଥିଲେ । ଗାଁ ମଝିରେ ୧୧ କେଭି ବିଦ୍ୟୁତ ତାର ଓହଳିଥିବାର ଦେଖି ସେ ରାସ୍ତାକଡ଼ରେ ଟ୍ରକକୁ ଠିଆ କରାଇ ତାରକୁ ଉଠାଇବାକୁ ଯାଇଥିଲେ । ସେହି ତାର ସହ କିଛି କେବୁଲ୍ ମଧ୍ୟ ଓହଳିଥିଲା । ସେହି ତାରକୁ ସଜାଡ଼ବାକୁ ଯିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । ଏହା ଦେଖି ଭରତଙ୍କୁ ଗ୍ରାମବାସୀ ବାବର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଗୁରୁତର ହେବାରୁ ତାଙ୍କୁ ସେଠାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ରାସ୍ତାରେ ପ୍ରଭାତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ତନ୍ତିଆପାଳ ଥାନା ପୁଲିସ୍ ତଦନ୍ତ କରୁଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking