27.1 C
Bhubaneswar
Thursday, April 25, 2024
Homeଓଡିଶାବସରେ ପିଟି ହେଲା ଗୋରୁ ବୋଝେଇ ଟ୍ରକ

ବସରେ ପିଟି ହେଲା ଗୋରୁ ବୋଝେଇ ଟ୍ରକ

ଜଳେଶ୍ୱର : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ସଡକ ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଜଳେଶ୍ୱରରେ । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରରେ ସଡ଼କ ଦୁର୍ଘଟଣା ହୋଇଛି । ବାଲେଶ୍ୱର ଜିଲ୍ଲାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି ।
ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥ-୬୦ର ନନ୍ଦିକାଠାରେ ବସ୍ ପଛରେ ଏକ ଗୋରୁ ବୋଝେଇ ଭ୍ୟାନ୍ ପିଟି ହେବାରୁ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଚିକିତ୍ସା ଲାଗି ଜଳେଶ୍ୱର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking