26.1 C
Bhubaneswar
Friday, March 29, 2024
Homeଓଡିଶାତ୍ରିରଙ୍ଗା ପଦଯାତ୍ରା

ତ୍ରିରଙ୍ଗା ପଦଯାତ୍ରା

ସ୍ୱାଧୀନତା ସଂଗ୍ରାମରୁ ଶକ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କର ବିଚାର
ଓ ସଂକଳ୍ପକୁ ଗ୍ରହଣ କରି ଭାରତକୁ ଏକ ନମ୍ବର ଏବଂ ବିଶ୍ୱଗୁରୁ
ଭାବେ ଗଢି ତୋଳିବା : ସମୀର ମହାନ୍ତି ସମୀର ମହାନ୍ତି ସମୀର ମହାନ୍ତି
ଗାନ୍ଧୀ ସ୍ମୃତିପୀଠ ବେରୋବୋଇରୁ ଲବଣ ସତ୍ୟାଗ୍ରହର ଅନ୍ୟତମ ମୁକସାକ୍ଷୀ କୁହୁଡି ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ ଦେଲେ ରାଜ୍ୟ ସଭାପତି
ଭୁବନେଶ୍ୱର, : ସ୍ୱାଧୀନତା ସେନାନୀଙ୍କ ପ୍ରେରଣା ଓ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ
ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପ ଅମୃତ ମହୋତ୍ସବର ମୂଳ ଲକ୍ଷ୍ୟ । ସ୍ୱାଧୀନତା ୭୫
ବର୍ଷ ପୁର୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ
କରୁଛି । ଆସନ୍ତା ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଏବଂ ବିଶେଷ ଭାବେ ବର୍ତମାନ ପୀଢି ପାଇଁ ଏହା ଅମୃତ ସଦୃଶ ।
ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ହର୍ ଘର୍ ତ୍ରିରଙ୍ଗା ବା ଘର ଘର ତ୍ରିରଙ୍ଗା ଅଭିଯାନ ଆଜି ଅଗଷ୍ଟ
କ୍ରାନ୍ତି ଦିବସ ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯାଉଛି । ଗତ କାଲି ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍
ଶାହ ଭୁବନେଶ୍ୱରଠାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପୁରୀ ଜିଲ୍ଲା
ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ମହାତ୍ମା ଗାନ୍ଧୀ ସ୍ମୃତିପୀଠ ବେରୋବୋଇଠାରୁ ଏହି ଅଭିଯାନକୁ ଆରମ୍ଭ କରିଛନ୍ତି । ଏହି ଅବସରରେ
ଅନୁଷ୍ଠିତ ହେବାକୁ ଥିବା ୬୫ କିଲୋମିଟରବ୍ୟାପୀ ପଦଯାତ୍ରା ଲବଣ ସତ୍ୟାଗ୍ରହର ଅନ୍ୟତମ ମୁକସାକ୍ଷୀ ପୁରୀ ଜିଲ୍ଲା ଅସ୍ତରଙ୍ଗର
କୁହୁଡିଠାରେ ସମାପ୍ତ ହେବ । ରାଜ୍ୟ ସଭାପତି ଶ୍ରୀ ମହାନ୍ତି ବେରାବୋଇଠାରୁ ପଦଯାତ୍ରା ଆରମ୍ଭ କରି ନିମାପଡା ନିର୍ବାଚନମଣ୍ଡଳୀର
ଖିଲାର ପର୍ଯ୍ୟନ୍ତ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ ଦେଇଥିଲେ । ତ୍ରିରଙ୍ଗା, ବାଦ୍ୟ ଓ ନୃତ୍ୟ ସହିତ ଏହି ପଦଯାତ୍ରାରେ ହଜାର ହଜାର
ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ ।
ଯାତ୍ରାର ଆରମ୍ଭ ଅବସରରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ବରୋବୋଇଠାରେ ୭ ଦିନ ଅବସ୍ଥାନ କରିଥିଲେ ।
ଏହି ଅବସରରେ କୃପାସିନ୍ଧୁ ହୋତା, ସୁନାମଣି ଦେବୀ, ଆଚାର୍ଯ୍ୟ ହରିହର, ରମା ଦେବୀ, ଗୋପବନ୍ଧୁ ଚୈାଧୁରୀଙ୍କ ସମେତ ବହୁ ବିଶିଷ୍ଟ
ସ୍ୱାଧୀନତା ସଂଗ୍ରାମୀ ଗାନ୍ଧୀଜୀଙ୍କ ସଂସ୍ପର୍ଶରେ ଆସିଥିଲେ । ଗାନ୍ଧୀଜୀଙ୍କ ଅବସ୍ଥାନ ସମୟରେ ତାଙ୍କ ସହିତ କସ୍ତୁରବା ଗାନ୍ଧୀ, ସର୍ଦ୍ଦାର
ପଟେଲ, ରାଜେନ୍ଦ୍ର ପ୍ରସାଦ, ମୈାଲାନା ଅବଦୁଲ୍ କାଲାମ ଆଜାଦଙ୍କ ଭଲି ବହୁ ରାଷ୍ଟ୍ରୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଏହି
ସମୟରେ ଗାନ୍ଧୀଜୀ ପୁରୀ ଜିଲ୍ଲା ସମେତ ଓଡିଶାର ଜନଜୀବନକୁ ଭଲ ଭାବେ ଅଧ୍ୟୟନ କରିଥିଲେ । ସ୍ୱାଧୀନତା ସଂଗ୍ରାମରୁ ଶକ୍ତି ଏବଂ
ସ୍ୱାଧୀନତା ସଂଗ୍ରାମୀଙ୍କର ବିଚାର ଓ ସଂକଳ୍ପ ଗ୍ରହଣ କରି ଆସନ୍ତା ଅମୃତ କାଳଖଣ୍ଡରେ ଭାରତବର୍ଷକୁ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ଏବଂ
ବିଶ୍ୱଗୁରୁ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାପତି ପ୍ରଭାତି
ପରିଡା, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ବାଇଧର ମଲ୍ଲିକ, ପ୍ରଭଞ୍ଜନ
ମହାପାତ୍ର, ଓମ୍ ପ୍ରକାଶ ମିଶ୍ରଙ୍କ ପ୍ରମୁଖଙ୍କ ସହ ଅନେକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking