31.1 C
Bhubaneswar
Friday, March 29, 2024
Homeବିଧାନସଭା ନିର୍ବାଚନ- ତ୍ରିପୁରା / ମେଘାଳୟ / ନାଗାଲାଣ୍ଡ -2023ତ୍ରିପୂରା ବିଧାନସଭା ନିର୍ବାଚନ; କେରଳରେ କୁସ୍ତି, ତ୍ରିପୁରାରେ ଦୋସ୍ତି

ତ୍ରିପୂରା ବିଧାନସଭା ନିର୍ବାଚନ; କେରଳରେ କୁସ୍ତି, ତ୍ରିପୁରାରେ ଦୋସ୍ତି

କଂଗେସ-ଲେଫ୍ଟ ମେଣ୍ଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତାତ୍ସଲ୍ୟ
ଅଗରତାଲା : ତ୍ରିପୁରା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଗସ୍ତରେ ଅଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶନିବାର ରାଜ୍ୟରେ କଂଗ୍ରେସ ଓ ସିପିଏମ୍‌କୁ ଟାର୍ଗେଟ୍ କରି କହିଛନ୍ତି ଦୁଇ ଦଳ କେରଳରେ କୁସ୍ତି ଲଢ଼ୁଥିବା ବେଳେ ଏଠାରେ ଦୋସ୍ତି କରୁଛନ୍ତି । ମୋଦୀ ଆଞ୍ଚଳିକ ଦଳ ଟିପରା ମୋଥା ଉପରେ ଆକ୍ରମଣ କରି କହିଛନ୍ତି କେତେକ ଅନ୍ୟ ଦଳ ମଧ୍ୟ ଏହି ମେଣ୍ଟକୁ ପରୋକ୍ଷ ସମର୍ଥନ କରୁଛନ୍ତି । ମାତ୍ର ସେମାନଙ୍କୁ ଦିଆଯାଉଥିବା ପ୍ରତ୍ୟେକ ଭୋଟ୍ ତ୍ରିପୁରାକୁ ବହୁ ବର୍ଷ ପଛକୁ ନେଇଯିବ । ଗୋମତୀ ଜିଲ୍ଲାର ରାଧାକିଶୋରପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, କୁଶାସନର ଏହି ପୁରୁଣା ଖେଳାଳି ଚାନ୍ଦା ପାଇଁ ହାତ ମିଳାଇଛନ୍ତି । ପ୍ରଧାନମନ୍ତ୍ରୀ ଦାବି କରିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଭୋଟ୍ ଫଟାଇବାକୁ ଚାହୁଁଛନ୍ତି । ସେହିକରି କେତେକ ଛୋଟ ଦଳ ନିଜର ଲାଭ ଆଶାରେ ନିର୍ବାଚନ ଫଳ ଅପେକ୍ଷାରେ ରହିଛନ୍ତି ।

କିଣା-ବିକା ସ୍ୱପ୍ନ ଦେଖୁଥିବା ଏହି ନେତାମାନଙ୍କୁ ଏବେଠାରୁ ଘରେ ବନ୍ଦ କରିଦେବାକୁ ମୋଦୀ ଭୋଟର୍‌ଙ୍କୁ ଆହ୍ୱାନ କରିଛନ୍ତି । ଧଲାଇ ଜିଲ୍ଲାର ଅନ୍ୟ ଏକ ରାଲିରେ ମୋଦୀ ଅଭିଯୋଗ କରିଛନ୍ତି ଯେ ବାମ ମୋର୍ଚ୍ଚା ଏବଂ କଂଗ୍ରେସ ପାର୍ଟି ନିଜ ସରକାର ସମୟରେ ଆଦିବାସୀଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରିଛନ୍ତି । ମାତ୍ର ବିଜେପି ବ୍ରୁ’ ଜନଜାତି ସହିତ ଅନ୍ୟ ସମୁଦାୟର ସମସ୍ୟା ସମାଧାନ ପାଇଁ କାମ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂର୍ବୋତ୍ତର ରାଜ୍ୟରେ ବିକାଶ ଧାରା ଜାରି ରଖିବା ନିମନ୍ତେ ଡବଲ୍ ଇଞ୍ଜିନ୍ ସରକାରକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ସେହିପରି କଂଗ୍ରେସ ଏବଂ ବାମଦଳର ଦୁଇଧାର ବିଶିଷ୍ଟ ଖଣ୍ଡାଠାରୁ ସାବଧାନ ରହିବା ପାଇଁ ସେ କହିଛନ୍ତି । ଲୋକଙ୍କୁ ଲାଭ ପହଞ୍ଚାଉଥିବା ସମସ୍ତ ଯୋଜନାକୁ ସେମାନେ ରୋକିବାକୁ ଚାହୁଁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେସ ଏବଂ ବାମଦଳ କେବଳ ଲୋକଙ୍କୁ ଧୋକାଦେବା ଜାଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking