34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଉତ୍ତର ପ୍ରଦେଶ ସରକାର ଆର୍ଥିକ ସହାୟତା ଦେବେ ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ

ଉତ୍ତର ପ୍ରଦେଶ ସରକାର ଆର୍ଥିକ ସହାୟତା ଦେବେ ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ

ନୂଆଦିଲ୍ଲୀ: ୨୦୨୦ ମସିହାରୁ ଉତ୍ତର ପ୍ରଦେଶ ସରକାର ଆର୍ଥିକ ସହାୟତା ଦେବେ ତିନ୍‌ ତଲାକ୍‌ ପୀଡ଼ିତାଙ୍କୁ | ଥଇଥାନ ବ୍ୟବସ୍ଥା ହେବାଯାଏଁ ତିନ୍‌ ତଲାକ୍‌ ପୀଡ଼ିତାମାନଙ୍କୁ ବାର୍ଷିକ ୬୦୦୦ ଟଙ୍କା ସହାୟତା ଦିଆଯିବ ବୋଲି ଗତକାଲି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏଥିସହ ସେମାନେ ରାଜ୍ୟ ସରକାରଙ୍କ ଠାରୁ ମାଗଣା ଆଇନଗତ ସହାୟତା ମଧ୍ୟ ପାଇବେ। ସ୍ୱାମୀଙ୍କ ଠାରୁ ପୃଥକ୍‌ ହୋଇଥିବା କିଂବା ପରିତ୍ୟକ୍ତା ହୋଇଥିବା ଅନ୍ୟାନ୍ୟ ସମସ୍ତ ଧର୍ମବିଶ୍ୱାସର ମହିଳାଙ୍କୁ ମଧ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ୨୦୨୦ ମସିହା ଠାରୁ ସମ୍ପୃକ୍ତ ମହିଳାମାନେ ଏହି ସହାୟତା ପାଇବେ।ଏହି ସହାୟତା ପାଇବା ପାଇଁ ପୀଡ଼ିତା ମହିଳାମାନଙ୍କୁ କେବଳ ‘ଏଫ୍‌ଆଇଆର୍‌’ ଏବଂ ଅଦାଲତ ମାମଲା ପ୍ରମାଣପତ୍ରର ନକଲ ଦାଖଲ କରିବାକୁ ପଡ଼ିବ। ଉତ୍ତର ପ୍ରଦେଶ ସରକାରଙ୍କର ଏହି ଯୋଜନାରୁ ୫ ହଜାର ତିନ୍‌ ତଲାକ୍‌ ପୀଡ଼ିତାଙ୍କ ସମେତ ପ୍ରାୟ ୧୦ ହଜାର ମହିଳା ଉପକୃତ ହେବେ। ଛାଡ଼ପତ୍ର ପାଇଥିବା ଅନ୍ୟାନ୍ୟ ଧର୍ମବିଶ୍ୱାସର ମହିଳାମାନେ ମଧ୍ୟ ଏହି ଯୋଜନାରୁ ସହାୟତା ପାଇବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking