33.1 C
Bhubaneswar
Thursday, April 25, 2024
Homeମନୋରଞ୍ଜନକାନ୍ସ ଫିଲ୍ମ ଫେଷ୍ଟିଭାଲର ଅଂଶ ହେବେ ତ୍ରିଧା ଚୌଧୁରୀ

କାନ୍ସ ଫିଲ୍ମ ଫେଷ୍ଟିଭାଲର ଅଂଶ ହେବେ ତ୍ରିଧା ଚୌଧୁରୀ

ନୂଆଦିଲ୍ଲୀ  : କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ଆରମ୍ଭ ହେବାର ଦୁଇ ଦିନ ହୋଇଛି। ଏହା ଧିରେ ଧିରେ ତାହାର ଜଲୱା ଦେଖାଉଛି। ଫେଷ୍ଟିଭାଲରେ ଭାରତର ନେତୃତ୍ୱ ପାଇଁ ଦେଶର ସିନେମା ଜଗତରୁ ବଡ ବଡ କଳାକାର ପୂର୍ବରୁ ଉପସ୍ଥିତ ଅଛନ୍ତି। ଯେଉଁମାନଙ୍କ ମଧ୍ୟରେ ଏ ଆର୍ ରେହମାନଙ୍କ ଠାରୁ ନେଇ ଦୀପିକା ପାଦୁକୋନ୍, ଐଶ୍ୱର୍ଯ୍ୟା ରାୟ, ପୂଜା ହେଗଡ୍ ସାମିଲ୍। ବର୍ତ୍ତମାନ ଖବର ଅନୁଯାୟୀ, ୱେବ୍ ସିରିଜ୍ ଆଶ୍ରମରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ତ୍ରିଧା ଚୌଧୁରୀ ମଧ୍ୟ କାନ୍ସରେ ସାମିଲ ହେବାକୁ ଯାଉଛନ୍ତି। ଏହାର ସୂଚନା ଅଭିନେତ୍ରୀ  ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

କାନ୍ସରେ ବଲିଉଡ୍ ଅଭିନେତ୍ରୀ ସେମାନଙ୍କର ଜଲୱା ଦେଖାଉଛନ୍ତି। ସାମାନଙ୍କୁ ସହଯୋଗ କରିବାକୁ ଏବେ ତ୍ରିଧା ମଧ୍ୟ ସେଠାରେ ପହଞ୍ଚିବାକୁ ପ୍ରସ୍ତୁତ। ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରେଏହାର ସୂଚନା ଦେଇ ଅଭିନେତ୍ରୀ ଲେଖିଛନ୍ତି, କ’ଣ ଆପଣ ମୋରକାନ୍ ୨୦୨୨ ର ଲୁକ୍ ଦେଖିବାକୁ ଇତ୍ସୁକ? ହଁ ନା ନାଁ??? ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଏହି ପୋଷ୍ଟରେ ବିଭିନ୍ନ କମେଣ୍ଟ ଦେଇ ନିଜର ଇତ୍ସୁକତା ଦେଖାଉଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking