33.1 C
Bhubaneswar
Thursday, April 25, 2024
HomeUncategorizedଡିଜିଟାଲ ଶ୍ରଦ୍ଧାଞ୍ଜଳି ସଭା *ସ୍ମୃତି ରେ ବିଜୟ ମହାନ୍ତି*

ଡିଜିଟାଲ ଶ୍ରଦ୍ଧାଞ୍ଜଳି ସଭା *ସ୍ମୃତି ରେ ବିଜୟ ମହାନ୍ତି*

ନୂଆଦିଲ୍ଲୀ : ସ୍ବର୍ଗତ ବିଜୟ ମହାନ୍ତିଙ୍କର ତ୍ରୟୋଦଶ ତିଥି ରେ ସ୍ୱର୍ଗୀୟ ଶ୍ରୀ ବିଜୟ ମହାନ୍ତି ଙ୍କ ସ୍ମୃତିକୁ ମନେ ପକେଇବା ପାଇଁ ‘ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର’ ଆୟୋଜନ କରିଥିଲା ଏକ ଡିଜିଟାଲ ଶ୍ରଦ୍ଧାଞ୍ଜଳି ସଭା *ସ୍ମୃତି ରେ ବିଜୟ ମହାନ୍ତି* ।ଏଥିରେ  ଦେଶର ପ୍ରାୟ ୫୦ ରୁ ଉର୍ଦ୍ଧ ସଂଗଠନର ସଦସ୍ୟ ତଥା ଦେଶ ବିଦେଶର କୋଣ ଅନୁକୋଣରେ ଦର୍ଶକ ମାନେ FB ଓ Youtyube Live ମାଧ୍ୟମରେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଆ ଚଳଚିତ୍ର ଜଗତର ବରିଷ୍ଠ  ନିର୍ଦ୍ଦେଶକ ଓ କଳକାରବୃନ୍ଦ  ଉପସ୍ଥିତ ରହି ତାଙ୍କର  ଅଭୁଲା ସ୍ମୃତି ଚାରଣ କରି ଏହି ଶ୍ରଦ୍ଧାଞ୍ଜଳି ସଭା କୁ ଜୀବନ୍ତ କରିଦେଇଥିଲେ ।ଏଇ ଡିଜିଟାଲ କାର୍ଯ୍ୟକ୍ରମ କୁ ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ଏବଂ ତାର ସହଯୋଗୀ ସଂଗଠନମାନଙ୍କର ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ( କେନ୍ଦ୍ରୀୟ ମନ୍ତ୍ରୀ ) ଏବଂ ପଦ୍ମବିଭୂଷଣ ଡ: ରଘୁନାଥ ମହାପାତ୍ର, ପଦ୍ମଶ୍ରୀ ଡ: ଶିଶିର ମିଶ୍ର, ପୂର୍ବ ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝି,ପ୍ରଖ୍ୟାତ କଳାକାର ଏବଂ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଜିତ ଦାସ, ବରିଷ୍ଠ ଅଭିନେତା ଶ୍ରୀଯୁକ୍ତ ଉତ୍ତମ ମହାନ୍ତି, ଶ୍ରୀଯୁକ୍ତ ଅଶ୍ରୁମୋଚନ ମହାନ୍ତି, ଶ୍ରୀଯୁକ୍ତ ସବ୍ୟସାଚୀ ମିଶ୍ର,ନାୟିକା ଗୁନ ଗୁନ୍ ଏବଂ   ଓଡ଼ିଆ ସିନେମା ଜଗତରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ। ଏଥିସହିତ ଓଡ଼ିଶା ଏବଂ ଓଡ଼ିଶା ବାହାରେ ରହୁଥିବା ଅନେକ ସୁନାମଧନ୍ୟ ଓଡ଼ିଆ କଣ୍ଠଶିଳ୍ପୀ ସ୍ୱର୍ଗତ ବିଜୟ ମହାନ୍ତି ଙ୍କ ଅଭିନୀତ ଚଳଚ୍ଚିତ୍ର ର  ସୁମଧୁର ଗୀତ ପରିବେଷଣ କରି ତାଙ୍କର ସ୍ମୃତି କୁ ଜୀବନ୍ତ କରିଥିଲେ । ଏମିତି ଏକ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ରେ ସର୍ବ ପ୍ରଥମେ ସ୍ୱର୍ଗୀୟ ଶ୍ରୀ ବିଜୟ ମହାନ୍ତି ତଥା ସ୍ୱର୍ଗୀୟ। ଦୀପା ସାହୁ ଙ୍କ ଲାଗି ଦୁଇ ମିନିଟ୍ ର ନୀରବ ପ୍ରାର୍ଥନା ରଖା ଯାଇଥିଲା। ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ପ୍ରବୀର ମହାନ୍ତି ଆରମ୍ଭରେ ଅବଲୋକନ କରିଥିଲେ ଏବଂ  କାର୍ଯ୍ୟକାରୀ ସଭପତି ଶ୍ରୀ ମିନକେତନ ସାମଲ  ଙ୍କ ସହିତ ସାଧାରଣ ସଂପାଦକ ଶ୍ରୀ ପ୍ରିତମ ନାୟକ,ସହ ସଂପାଦକ ଶ୍ରୀମତୀ ରିତା ପାତ୍ର, କୋଷାଧ୍ୟକ୍ଷ ଶ୍ରୀ ମୀନକେତନ ମିଶ୍ର ତଥା ସହ କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସ ସକ୍ରିୟ ରହି ପରିଚାଳନା କରିଥିଲେ। ଡକ୍ଟର ବିକ୍ରମ ମହାନ୍ତି ଙ୍କ ସହ ଶ୍ରୀ ସଂଜୟ ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।RPOP ର  ସମସ୍ତ Executive committee ର ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ସ୍ୱର୍ଗୀୟ ବିଜୟ ମହାନ୍ତି ଙ୍କୁ ମରୋଣ ଉପରାନ୍ତ  ପଦ୍ମ ଭୂଷଣ\ପଦ୍ମ ବିଭୂଷଣ ଉପାଧିରେ ସମ୍ମାନିତ କରିବାକୁ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ର ପ୍ରସ୍ତାବ କୁ ପଦ୍ମଶ୍ରୀ ଡକ୍ଟର ଶିଶିର ମିଶ୍ର ସ୍ବାଗତ କରିଥିଲେ। କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ପଦ୍ମ ବିଭୂଷଣ ଡ: ରଘୁନାଥ ମହାପାତ୍ର ମଧ୍ୟ ତାଙ୍କର ସହମତି ପ୍ରକାଶ କରିଥିଲେ ଯେ ସ୍ୱର୍ଗତ ବିଜୟ ମହାନ୍ତିଙ୍କ ଜାତୀୟ ସମ୍ମାନର ଉପାଧି ମିଳିବା ଉଚିତ୍।ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ତରଫରୁ ଏହି ପ୍ରସଙ୍ଗରେ ପ୍ରୟାସ ଜାରୀ ରଖିବାକୁ ସମସ୍ତ ଆୟୋଜକ ଓ ସମସ୍ତ ସଂଗଠନ ମାନେ ଆଗ୍ରହ ପ୍ରକାଶ କରିଛନ୍ତି।
ସ୍ୱର୍ଗୀୟ ବିଜୟ ମହାନ୍ତିଙ୍କୁ ୧୯୧୭ ରେ ରାଷ୍ଟ୍ରୀୟ ପ୍ରବାସୀ ଓଡିଆ ପରିବାର ତରଫରୁ *ପ୍ରବାସୀ ଓଡିଆ ସମ୍ମାନ* ରେ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ଓ ସାମ୍ବାଦିକ ଶ୍ରୀ କିଶୋର ଦ୍ଵିବେଦୀ ଯୋଗୋଦାନ ଦେଇ ନିଜର ଓ ସ୍ୱର୍ଗୀୟ ବିଜୟ ମହାନ୍ତି ଙ୍କ ର ସମ୍ପର୍କ କୁ ସ୍ମରଣ କରିଥିଲେ।
ଗତ ଜୁଲାଇ ୨୦ ତାରିଖରେ  ଶ୍ରୀ ବିଜୟ ମହାନ୍ତିଙ୍କ ର ପରଲୋକ ହୋଇଯାଇଥିଲା ଏବଂ ତାଙ୍କୁ ଓଡ଼ିଶା ସରକାରଙ୍କ ଦ୍ଵାରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking