27.1 C
Bhubaneswar
Friday, March 29, 2024
HomeUncategorizedକମ୍ ମୂଲ୍ୟରେ ବିକ୍ରି ହେଉଛି ବନଜାତ ଦ୍ରବ୍ୟ, କ୍ଷତିରେ ଗରିବ ଆଦିବାସୀ ମହିଳା

କମ୍ ମୂଲ୍ୟରେ ବିକ୍ରି ହେଉଛି ବନଜାତ ଦ୍ରବ୍ୟ, କ୍ଷତିରେ ଗରିବ ଆଦିବାସୀ ମହିଳା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ।  ଏହି ଜିଲ୍ଲାରେ ବନଜାତ ଦ୍ରବ୍ୟ ହେଉକି ଉତ୍ପାଦିତ ସାମଗ୍ରୀ, ସବୁଠି ଠକାମୀର ଶିକାର ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ । ବହୁ ପରିଶ୍ରମ କରି ସଂଗ୍ରହ କରିଥିବା ଦ୍ରବ୍ୟକୁ ସ୍ୱଳ୍ପ ମୂଲ୍ୟରେ ବାହାର ବେପାରୀ ଓ ଦଲାଲଙ୍କ ହାତକୁ ଟେକି ଦେଉଛନ୍ତି ।  ଅପରପକ୍ଷରେ ସରକାରଙ୍କ ପକ୍ଷରୁ ବନଜାତ ଦ୍ରବ୍ୟ ବିକ୍ରୀ ଉପରେ କୌଣସି ନିର୍ଦ୍ଦିଷ୍ଟ ଦର ଲାଗୁ ନହେବା ଯୋଗୁ ସବୁ ସମୟରେ ଆଦିବାସୀ ମହିଳା ମାନଙ୍କୁ କ୍ଷତି ସହିବାକୁ ପଡୁଥିବା ଅଭିଯୋଗ ହୋଇଛଇ । ବର୍ତମାନ ବିଭିନ୍ନ ବନାଚଂଳରେ ରୁତୁକାଳୀନ ‘ଳ‘ୁଲ ଭରପୁର ରହିଛି । ମହୁଲ ପରେ ଏବେ ଆମ୍ବର ସମୟ ଆସିଛି । ପ୍ରତିଦିନ ସକାଳେ ଗାଁର ମହିଳା ମାନେ ଜଙ୍ଗଲକୁ ଯାଇ ବିଭିନ୍ନ କିସମର ଆମ୍ବ ସଂଗ୍ରହ କରୁଛନ୍ତି । ଘରକୁ ଆସି ସେ ସବୁକୁ ପରିଷ୍କାର କରି ଚୋପା ଛଡାଇ କାଟୁଛନ୍ତି । କଟାଯାଉଥିବା ଆମ୍ବକୁ ଖରାରେ ଶୁଖାଇ ଆମ୍ବୁଲ ହେଉକି, ମିଠା ଆମ୍ବର ଆମ୍ବୁଲ ତିଆରି କରାଯାଉଛି । ବାସ୍ ତାପରେ ଆରମ୍ଭ ହେଉଛି ଶୋଷଣ । ବାହାର ବେପାରୀ ମାନେ ଗାଁକୁ ଆସି ଏସବୁକୁ ସ୍ୱଳ୍ପ ମୂଲ୍ୟରେ କିଣି ନେଇ ବାହାରେ ଚଢା ଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି । ଏଭଳି ଦେଖିବାକୁ ମିଳିଛି  ଜିଲ୍ଲାର ବଡ଼ଗାଁ, କୁଆଁରମୁଣ୍ଡା, ରାଜଗାଙ୍ଗପୁର, ବୀରମିତ୍ରପୁର, କଚାରୁ ଓ ବିଶ୍ରା ବ୍ଲକରେ ଥିବା ଗ୍ରାମାଂଚଳ ଗୁଡ଼ିକରେ ।  ରାତି ପାହିଲେ, ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏବେ ଆମ୍ବ ସଂଗ୍ରହରେ ଲାଗିଛନ୍ତି । ମହୁଲ ପରେ ଚାରକୋଳି ଓ ଏବେ ଆମ୍ବ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଛନ୍ତି । ମହିଳା ମାନେ ସକାଳୁ ପିଲାଛୁଆଙ୍କୁ ଧରି ଆମ୍ବ ସଂଗ୍ରହ  କରିବାକୁ ଜଙ୍ଗଲକୁ ଯାଉଛନ୍ତି । ଅପରାହ୍ନରେ ପ୍ରଚଣ୍ଡ ଖରାରେ ଘରକୁ େ‘ରିବା ପରେ ପୁଣି ଲାଗୁ ପଡ଼ୁଛନ୍ତି କାର୍ଯ୍ୟରେ । ଗାଁ ଦାଣ୍ଡରେ ଥିବା ଗଛ ଛାଇରେ ମହିଳା ମାନେ ଏକାଠି ବସି ଆଣିଥିବା ଆମ୍ବର ଚୋପା ଛଡ଼ାଇ କାଟିଥାନ୍ତି । ଆମ୍ବକୁ କାଟିବା ପରେ ଶୁଖାଇ ଦିଆଯାଇ ଥାଏ । ଶୁଖିଲା ପରେ ଏହାକୁ ବିକ୍ରି କରାଯାଇଥାଏ । ବର୍ତମାନ ଏହାର ମୂଲ୍ୟ କେଜି ପ୍ରତି ୩୦ରୁ ୪୦ ଟଙ୍କା ବିକ୍ରି କରାଯାଉଛି । ପରିଶ୍ରମ କରି ଜଙ୍ଗଲରୁ ୧୦ କେଜିରୁ ୨୦ କେଜି ଆମ୍ବ ସଂଗ୍ରହ କଲେ, ସେଥିରୁ ୨ରୁ ୪ କେଜି ଆମ୍ବୁଲ ବାହାରୁଥିବା ରାମଯୋଡ଼ି ଅଂଚଳର କିଛି ଆଦିବାସୀ ମହିଳା ପ୍ରକାଶ କରିଛନ୍ତି । ଶୁଖିଲା ଆମ୍ବୁଲକୁ ବେପାରୀ ମାନେ ଆସି ମୂଲଚାଲ କରି ମାତ୍ର ୨୦ରୁ ୩୦ ଟଙ୍କା ଦେଇ କିଣି ନେଉଛନ୍ତି ।  ତାହାକୁ ବାହାର ବଜାରରେ ବିକ୍ରି କରି ବେପାରୀ ମାନେ ମୁନା‘ା କମାଉଥିବା ଆଦିବାସୀ ମହିଳା ମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking