40.1 C
Bhubaneswar
Thursday, April 25, 2024
Homeଅପରାଧକାଳ ହେଲା ତ୍ରିକୋଣୀୟ ପ୍ରେମ, ଚାଲିଗଲା ପ୍ରେମିକର ଜୀବନ

କାଳ ହେଲା ତ୍ରିକୋଣୀୟ ପ୍ରେମ, ଚାଲିଗଲା ପ୍ରେମିକର ଜୀବନ

ବାଙ୍ଗଲୋର : କାଳ ହେଲା ତ୍ରିକୋଣୀୟ ପ୍ରେମ । ଏକାସଙ୍ଗେ ୨ ଜଣ ଯୁବତୀଙ୍କ ସହ ସମ୍ପର୍କ ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି । କର୍ଣ୍ଣାଟକରେ ଏହି ଘଟଣା ଘଟିଛି । ସମ୍ପୃକ୍ତ ଯୁବକ ଦୁଇ ଜଣ ଗାର୍ଲଫ୍ରେଣ୍ଡ୍‌ଙ୍କୁ ଏକାସଙ୍ଗେ ଭେଟ କରାଇବା ଲାଗି ଦକ୍ଷିଣ କନ୍ନଡ ଜିଲ୍ଲା ସୋମେଶ୍ୱର ବେଳାଭୂମିକୁ ଡାକିଥିଲେ । ହେଲେ ସେଠାରେ ୨ ଯୁବତୀ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଯୋଗୁ ଜଣେ ଯୁବତୀ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ଏହି ସମୟରେ ତାଙ୍କୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ମଧ୍ୟ ସମୁଦ୍ରକୁ ଡେଇଁଥିଲେ । ତେବେ ଯୁବତୀ ଜଣକ ବଞ୍ଚି ଯାଇଥିଲେ । ହେଲେ ଯୁବକଙ୍କ ଜୀବନ ଚାଲି ଯାଇଥିଲା । ମୃତ ଯୁବକ ହେଲେ ୨୮ ବର୍ଷୀୟ ଲୟଡ୍ ଡିସୁଜା । ସୂଚନା ଅନୁଯାୟୀ, ଦକ୍ଷିଣ କନ୍ନଡ ଜିଲ୍ଲା ସ୍ଥିତ ସୋମେଶ୍ୱର ବେଳାଭୂମିରେ ଏହି ଘଟଣା ଘଟିଛି । ଲୟଡ୍ ଇଲିୟାରପଡାୱରେ ରହୁଥିଲେ । ଏକାସଙ୍ଗେ ୨ ଜଣ ଯୁବତୀଙ୍କ ସହ ସେ ସମ୍ପର୍କ ରଖିଥିଲେ । ୨ ଯୁବତୀଙ୍କ ସହ ଆଫେୟାର୍ସକୁ ନେଇ କଥାବାର୍ତ୍ତା ଲାଗି ଉଭୟଙ୍କୁ ସେ ସୋମେଶ୍ୱର ବେଳାଭୂମିକୁ ଡାକିଥିଲେ । ହେଲେ ସେଠାରେ ଆଲୋଚନା ବେଳେ ଜଣେ ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଲୟଡ୍‌ଙ୍କ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗି ଯାଇ ଗର୍ଲଫ୍ରେଣ୍ଡ୍ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ଲୟଡ୍ ମଧ୍ୟ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ଗର୍ଲଫ୍ରେଣ୍ଡ୍ ବଞ୍ଚି ଯାଇଥିଲେ, ହେଲେ ଲୟଡ୍ ସମୁଦ୍ରରେ ବୁଡ଼ି ଯାଇଥିଲେ ।

ଲୟଡ୍‌ଙ୍କୁ ସମୁଦ୍ରରେ ବୁଡ଼ି ଯାଉଥିବା ଦେଖି ଉପସ୍ଥିତ ଲୋକେ ତାଙ୍କୁ ବଞ୍ଚାଇବା ଲାଗି ପ୍ରୟାସ କରିଥିଲେ । ତାଙ୍କୁ ସମୁଦ୍ରରୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲୟଡ୍ ଅବୁଧାବିରେ କାର୍ଯ୍ୟ କରୁଥିଲେ । କରୋନା ମହାମାରୀ ସମୟରେ ଗାଁକୁ ଆସିଥିଲେ ଓ ବର୍ଷେ ରହିଥିଲେ । ଏହି ସମୟରେ ସୋସିଆଲ୍ ମିଡିଆ ମାଧ୍ୟମରେ ୨ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ସ୍ଥାପନ ହୋଇଥିଲା । ଏହାପରେ ସେ ଏକାସଙ୍ଗେ ଦୁଇ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ଆଫେୟାର୍ସକୁ ନେଇ ୩ ଜଣଙ୍କ ମଧ୍ୟରେ ଗତ କିଛିଦିନ ହେବ ପାଟିତୁଣ୍ଡ ଲାଗି ରହିଥିଲା । ଲୟଡ୍ ଘଟଣାର ସମାଧାନ ଚାହୁଁଥିଲେ । ଏଥିପାଇଁ ସେ ଦୁଇ ଜଣ ଗର୍ଲଫ୍ରେଣ୍ଡ୍‌ଙ୍କୁ ଏକାସଙ୍ଗେ ବେଳାଭୂମିକୁ ଡାକିଥିଲେ । ହେଲେ ଘଟଣାର ସମାଧାନ କରିବା ପରିବର୍ତ୍ତେ ତାଙ୍କ ଜୀବନ ଚାଲି ଯାଇଥିଲା । ଗର୍ଲଫ୍ରେଣ୍ଡ୍‌ଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଜୀବନ ଚାଲି ଯାଇଛି । ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking