27.1 C
Bhubaneswar
Friday, March 29, 2024
Homeଓଡିଶାଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଝରିଗାଁ : ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ଜନହିତକର ଯୋଜନାରୁ ବଞ୍ôଚତ ହେଉଥିବା ପରିବାରଗୁଡ଼ିକ ଅଭାବ, ଅନଟନ ମଧ୍ୟରେ ବଞ୍ôଚବା ପାଇଁ ସଂଗ୍ରାମ କରୁଥିଲେ ମଧ୍ୟ ସେମାନଙ୍କ କରୁଣ କାହାଣୀ ସତେ ଯେମିତି କାହାରି କାନରେ ପଡ଼େନି । ଏପରି ଦୀର୍ଘ ୧୫ବର୍ଷ ଧରି ସଂଘର୍ଷ କରିଆସୁଛନ୍ତି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚ୍ଚା ପଞ୍ଚାୟତ ତାରାବେଡ଼ା ଗ୍ରାମର ନରସିଂହ ହଲବାଙ୍କ ସ୍ତ୍ରୀ ମଞ୍ଜୁଳା ହଲବା(୫୪) ।
ମଞ୍ଜୁଳାଙ୍କ ଚିକିତ୍ସା ନେଇ ଅଭାବୀ ପରିବାର ନିଜ କଷ୍ଟଅର୍ଜିତ ଅର୍ଥ ଓ ସୁନାଗହଣା ସବୁ ଶେଷ ହୋଇଥିବାବେଳେ ଶେଷରେ ଦେଶୀ ଔଷଧ ଭରସାରେ ଦୀର୍ଘବର୍ଷ ଗଡ଼ିଚାଲିଥିଲାବେଳେ ତାଙ୍କ ଯନ୍ତ୍ରଣା ବଢ଼ିଚାଲିଛି । ମଞ୍ଜୁଳାଙ୍କ କହିବାନୁଯାୟୀ ଆଜକୁ ୧୫ବର୍ଷ ପୂର୍ବେ ତାଙ୍କ ଡାହାଣଗୋଡ଼ରେ ଏକ ଛୋଟ ଘାଟିଏ ସୃଷ୍ଟି ହେବା ପରେ ତାହା ଶୁଖିନଥିଲା । ଧୀରେ ଧୀରେ ପାଦଟି ଫୁଲିବାକୁ ଆରମ୍ଭ କରିଥିଲା । ପ୍ରଥମେ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ର ପରେ ପରେ ଉମରକୋଟ ଏବଂ ନବରଙ୍ଗପୁର ମେଡିକାଲରେ ଏହାର ଚିକିତ୍ସା କରାଇଥିଲେ ହେଁ କୌଣସି ସୁଫଳ ମିଳିନଥିଲା । ଶେଷରେ କଟକ ବଡ଼ମେଡିକାଲରେ ଅସ୍ତ୍ରୋପଚାର କରିବାକୁ କହି ମଞ୍ଜୁଳାଙ୍କୁ ପଠାଇ ଦିଆଯାଇଥିଲା । ନରସିଂ ହଲବା ପରିବାର ପ୍ରତିପୋଷଣ ପାଇଁ କୁଲିଗିରି କରିଆସୁଥିବାବେଳେ ସ୍ତ୍ରୀ ମଧ୍ୟ କୁଲିଗିରି କରି ସ୍ୱାମୀଙ୍କୁ ସହଯୋଗ କରୁଥିଲେ । ତେବେ ଦୀର୍ଘ ୧୫ବର୍ଷ ହେଲା ମଞ୍ଜୁଳା ପରିବାର ପାଇଁ ଏକ ବୋଝ ହୋଇ ରହିଥିଲେ । ଆଉ ଗୋଡ଼ଟି ଫୁଲି ଗୋଦରା ଗୋଡ଼ ହୋଇପଡ଼ିବା ସହ ଶୀତଦିନେ ଅଧିକ ଯନ୍ତ୍ରଣା ସେ ଅନୁଭବ କରନ୍ତି । ନିଜପାଖରେ ଥିବା ସମସ୍ତ ଟଙ୍କା ଖର୍ଚ୍ଚ କରି ତାହା ଶେଷ ହୋଇଯାଇଥିଲା । ଅର୍ଥାଭାବରୁ ସେ ଆରୋଗ୍ୟ ହୋଇପାରୁନଥିବା ବେଳେ, ଦାରିଦ୍ର‌୍ୟର କଷାଘାତରେ ଷଢୁଥିବା ପରିବାର ବିପିଏଲ ଅନ୍ତର୍ଭୁକ୍ତ ଥିବାବେଳେ ଜିଲ୍ଲା ପ୍ରଶାସନ ଘଟଣାର ଗୁରୁତ୍ୱ ଅନୁଭବ କରି ଗରିବ ପରିବାରକୁ ଚିକିତ୍ସା ପାଇଁ ଆର୍ôଥକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking