39.4 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଖୁସି ଖବର : ରାଜ୍ୟରେ ପୁଣି ଗଡ଼ିବ ବସ୍‌

ଖୁସି ଖବର : ରାଜ୍ୟରେ ପୁଣି ଗଡ଼ିବ ବସ୍‌

ଭୁୁବନେଶ୍ୱର : କରୋନା କଟକଣାକୁ ନେଇ ଏବେ ରାଜ୍ୟ ସରକାର ସେପ୍ଟେମ୍ବର ମାସର ଗାଇଡ଼ଲାଇନ ଜାରି କରିଛନ୍ତି । ତେବେ ଏବେ ରାଜ୍ୟରେ ବସ୍ ଚଳାଚଳ ପୁଣି ଥରେ ସ୍ୱାଭାବିକ ହେବାକୁୁ ଯାଉଛି । ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ଆଜିଠାରୁ ବସ୍ ଚାଲୁଛି । ଘରୋଇ ଓ ସରକାରୀ ବସ୍ ଚଳାଚଳ ସ୍ୱାଭାବିକ ହେଉଛି । କଟକଣା କୋହଳ ହୋଇଥିବାରୁ ବସ୍ ଚାଲିବା ନେଇ ମନ୍ତ୍ରୀ ଆଶାବାଦୀ ଅଛନ୍ତି ।

ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବସ୍ ମାଲିକଙ୍କ ଟିକସ ଛାଡ ସହ ଅନ୍ୟ ଦାବି ପୂରଣ କରାଯାଇଛି । ଉଭୟ ଯାତ୍ରୀ ଓ ବସ୍ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ପୂର୍ବରୁ ଅନୁମତି ଥିଲେ ବି ଯାତ୍ରୀ ଅଭାବକରୁ କମ ବସ୍ ଚାଲୁଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking