34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗବେପରୁଆ ଭାବେ ଚାଲିଛି ପରିବହନ

ବେପରୁଆ ଭାବେ ଚାଲିଛି ପରିବହନ

ରାଉରକେଲା: ଜାତୀୟ ରାଜପଥ-୧୪୩ରେ ପରିବହନ ନିୟମର ଖୋଲାଖୋଲି ଉଲ୍ଲଘଂନ ହେଉଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ପ୍ରତ୍ୟହ ଭୋର ଓ ସକାଳ ସମୟରେ ବିିଭିନ୍ନ ପ୍ରକାର ଭାରୀଯାନ ଯେପରି ଟ୍ରକ, ଡମ୍ପର ଆଦିରେ ବାଲି ଓ ବିଭିନ୍ନ ଖଣିଜ ପଦାର୍ଥ ବେପରୁଆ ଭାବେ ପରିବହନ କରାଯାଉଛି । ଯାହାକି ନିହାତି ଭାବେ ବିପଦଜ୍ଜନକ! ରାତି ପାହିଲେ ଏହି ଭାରୀଯାନ ଗୁଡ଼ିକରେ ମାଲ ପରିବହନ ହେଉଥିବା ବେଳେ, ତାହା ଉପରେ ଜରିପାଲ ଅବା ପଲିଥିନ ଢାଙ୍କିବା ଦେଖିବାକୁ ମିଳୁନଥିବା ସାଧାରଣରେ ଅଭିଯୋଗ ହୋଇଛି । ଫଳରେ ଗାଡ଼ି ଡ଼ାଲାରୁ ଲୁହା ଗୁଣ୍ଡ ଅବା ବାଲି ରଗଡ଼ା ଉଡ଼ିଆସି ପଥଚାରୀ, ବାଇକଧାରୀଙ୍କ ଆଖିରେ ପଡିବା ଯୋଗୁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ଏପରିକି ମାଲ ପରିବହନ କରୁଥିବା ଚାଳକ ମାନେ ଅନେକ ସମୟରେ ଗାଡ଼ିକୁ ମନଇଚ୍ଛା ଜାତୀୟ ରାଜପଥର ଏଣେତେଣେ ପାର୍କିଙ୍ଗ କରି ଦେଉଥିବାରୁ ଅଯଥାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏହା ଦ୍ୱାରା ବାଇକ ଚାଳକ, ସାଇକେଲ ଆରୋହୀ ମାନଙ୍କୁ ଜାତୀୟ ରାଜପଥ-୧୪୩ରେ ଯିବାଆସିବା କରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେହିପରି ସକାଳ ସମୟରେ ବିଭିନ୍ନ ଘରୋଇ ଟିଉସନକୁ ବିଦ୍ୟାର୍ଜନ କରିବାକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ସମସ୍ୟା ଦ୍ୱାରା ଅଳ୍ପେବହୁତ ପ୍ରଭାବିତ ହେଉଛନ୍ତି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking