33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକନ୍ଦାଉଛି କରୋନା : ଦିଲ୍ଲୀରୁ ମଧ୍ୟପ୍ରଦେଶ ୬୦୦ କି.ମି ରିକ୍ସା ଚଳାଇ ଆସିଲେ

କନ୍ଦାଉଛି କରୋନା : ଦିଲ୍ଲୀରୁ ମଧ୍ୟପ୍ରଦେଶ ୬୦୦ କି.ମି ରିକ୍ସା ଚଳାଇ ଆସିଲେ

ଭୋପାଳ : କନ୍ଦାଉଛି କରୋନା । କେଉଁଠି ଭୋକ ଉପବାସରେ ପଡ଼ି ଲୋକେ କାନ୍ଦୁଛନ୍ତି ତ କେଉଁଠି ପରିବାର ଲୋକଙ୍କୁ ହରାଇ । ସବୁଠୁ ଦଃଖଦ ଘଟଣା ଘଟୁଛି ପ୍ରବାସୀ ଶ୍ରମିକଙ୍କ କ୍ଷେତ୍ରରେ । ଯେଉଁମାନେ ହଜାର ହଜାର କି.ମି ଚାଲି ଚାଲି ଆସୁଛନ୍ତି । ଏହି ଅବସ୍ଥାରେ କେହି କେହି ବାଟରେ ବି ପ୍ରାଣ ହରାଉଛନ୍ତି । ଏମିତି ଏକ ଘଟଣା ଦୃଷ୍ଟିକୁ ଆସିଛି ଯେଉଁଠି ଜଣେ ଶ୍ରମିକ ଦିଲ୍ଲୀରୁ ମଧ୍ୟପ୍ରଦେଶ ୬୦୦ କି.ମି ନିଜ ହାତ ତିଆରି ରିକ୍ସାରେ ପରିବାରକୁ ଧରି ଆସିଛନ୍ତି । ଏହି ଶ୍ରମିକ ହେଉଛନ୍ତି ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲା ହରପଲପୁର ତହସିଲ୍ ମଇଆ ଗାଁର । ସେ କିଛି ବର୍ଷ ଧରି ଦିଲ୍ଲୀରେ ଏକ ନିର୍ମାଣ ସଂସ୍ଥାରେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଲକ୍‌ଡାଉନ୍ ଯୋଗୁ କାମ ବନ୍ଦ ହୋଇଯିବାରୁ କିଛି ଦିନ ଦୁଃଖେ କଷ୍ଟେ ଚଳିଲେ । ଟଙ୍କା ପଇସା ସରିଯିବାରୁ ଅନ୍ୟ ଉପାୟ ନପାଇ ଘରକୁ ଆସିବାକୁ ଚିନ୍ତା କଲେ । ଫଳରେ ଅଳିଆ ନେବା ଟ୍ରଲି ଟିଏ ପାଇବାରୁ ସେଥିରେ ନିଜର ସାଇକେଲ୍ ଓ ଅନ୍ୟାନ୍ୟ ଯନ୍ତ୍ର ସଂଯୋଗ କରି ଏକ ରିକ୍ସା ବନାଇଲେ । ସେଥିରେ ପତ୍ନୀ ଓ ୬ ବର୍ଷର ଝିଅ, ୩ ବର୍ଷର ଦୁଇ ପୁଅ ଓ ୮ ବର୍ଷର ପୁତୁରାକୁ ବସାଇ ଦୀର୍ଘ ୬୦୦ କି.ମି ଯାତ୍ରା କରିବା ପରେ ଗାଁରେ ପହଞ୍ଚିଥିଲେ । ଗାଁରେ ପହଞ୍ଚିବାକୁ ତାଙ୍କୁ ୫ ଦିନ ସମୟ ଲାଗିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking