30.1 C
Bhubaneswar
Thursday, April 25, 2024
Homeକରୋନାସିଙ୍ଗାପୁରରେ ଡେଲଟା ଭାରିଏଣ୍ଟ୍ ଆତଙ୍କ

ସିଙ୍ଗାପୁରରେ ଡେଲଟା ଭାରିଏଣ୍ଟ୍ ଆତଙ୍କ

ନୂଆଦିଲ୍ଲୀ : ଭାରତ ପରେ ସିଙ୍ଗାପୁରରେ ଡେଲଟା ଭାରିଏଣ୍ଟ୍ ଆତଙ୍କ । ମହାମାରୀର ନୂତନ ଲହରୀ ତୀବ୍ର ବେଗରେ ବିସ୍ତାର କରୁଥିବା ପଛରେ ଡେଲଟା ଭାରିଆଣ୍ଟର ପ୍ରମୁଖ ଭୂମିକା ରହିଛି ବୋଲି ସିଙ୍ଗାପୁରରେ କୋଭିଡ -୧୯ ସିକ୍ୱେନ୍ସିଂରେ ଜଣାପଡିଛି । ସିକ୍ୱେନ୍ସିଂ ଅଧ୍ୟୟନ ସମୟରେ ଏହି ଷ୍ଟ୍ରେନ୍ ଅଧିକ ସଂକ୍ରାମକ ବୋଲି ପୁଣି ଥରେ ସୂଚିତ କରାଯାଇଛି । କରୋନା ଭାଇରସର ଏହି ଷ୍ଟ୍ରେନ୍ ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା । ଦେଶରେ ମେ ୩୧ ସୁଦ୍ଧା ଚିହ୍ନଟ ହୋଇଥିବା ୪୪୯ଟି ମାମଲା ମଧ୍ୟରୁ ୪୨୮ଟି ଡେଲଟା ଭାରିଆଣ୍ଟ ସମ୍ମନ୍ଧିତ ବୋଲି କହିଛି ଦେଶର ସ୍ୱାସ୍ଥ୍ୟ ବିଭାଗ ।

ଏହା ବ୍ୟତୀତ ୯ଟି ମାମଲା ବିଟା ଭାରିଆଣ୍ଟ ଚିହ୍ନଟ ହୋଇଛି, ଯାହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲା । ଡେଲଟା ଭାରିଏଣ୍ଟ୍ ସମେତ ଅନ୍ୟ କେତେକ ଷ୍ଟ୍ରେନ୍ ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର । ସେ କହିଛନ୍ତି, ନୂତନ ଭାରିଏଣ୍ଟ୍ ଗୁଡିକ ଉପରେ ଅଧ୍ୟୟନ ଚାଲିଛି । ନୂତନ ଭାରିଏଣ୍ଟ୍ ସମ୍ପର୍କରେ ଅଧିକ ସୂଚନା ପାଇଲେ ରଣନୀତିରେ ପରିବର୍ତ୍ତନ କରାଯିବ । ସିଙ୍ଗାପୁର ହେଉଛି ବିଶ୍ୱର ଏକମାତ୍ର ଦେଶ, ଯେଉଁଠି ପ୍ରକ୍ୟେକ କରୋନା ମାମାଲାର ଡାଟା ସିକ୍ୱେନ୍ସିଂ କରାଯାଏ । ଆଉ ଡାଟା ସିକ୍ୱେନ୍ସିଂ ମାଧ୍ୟମରେ ଦେଶ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଏ । ବର୍ତ୍ତମାନ ସିଙ୍ଗାପୁରରେ ଡେଲଟା ଭାରିଆଣ୍ଟର ସବୁଠାରୁ ଅଧିକ ପ୍ରଭାବ ରହିଛି । ଗତ ୬ ମାସ ମଧ୍ୟରେ ବିଶ୍ୱର ୬୦ଟି ଦେଶରେ ଏହି ପ୍ରକାର ଭାରିଏଣ୍ଟ୍ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking