29.1 C
Bhubaneswar
Friday, October 4, 2024
Homeଓଡିଶାମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସାମିଲ ହେଲେ କିନ୍ନର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାର୍ଗଦର୍ଶିକାର ସଂଶୋଧନ କରାଯାଇଛି । ରାଜ୍ୟରେ କୃଷି ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରି କୃଷି ଉଦ୍ୟୋଗ କ୍ଷେତ୍ରରେ ପର୍ଯ୍ୟାପ୍ତ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଓ ଯୋଜନାର ସଫଳ ରୂପାୟନ ନିମନ୍ତେ କିନ୍ନର ବି ଏଥିରେ ସାମିଲ ହୋଇଛନ୍ତି । ଏହି ସଂଶୋଧିତ ମାର୍ଗଦର୍ଶିକା ୧ ଏପ୍ରିଲ ୨୦୨୩ ଠାରୁ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ଉଦ୍ୟୋଗୀଙ୍କ ନିମନ୍ତେ ଲାଗୁ କରାଯାଇଛି । ରାଜ୍ୟ ସରକାର ଏନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ହେଁ ଝାରସୁଗୁଡ଼ା ଉପନିର୍ବାଚନ କାରଣରୁ ସ୍ଥଗିତ ଥିଲା । ତାହା ଏବେ ଘୋଷଣା ହୋଇଛି ।

ନିଷ୍ପତ୍ତି ଅନୁସାରେ କୃଷି ଉଦ୍ୟୋଗରେ ପୁଞ୍ଜିନିବେଶ ସବ୍‌ସିଡି ରାଶି ୫୦ ଲକ୍ଷ ଟଙ୍କାରୁ ଏକ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଅଧିକ ପୁଂଜିନିବେଶର ସମ୍ଭାବନାକୁ ଦୃଷ୍ଟିରେ ରଖି ୫୦ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଅନ୍ତର୍ଭୂକ୍ତ କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ୨୦ କୋଟି ଟଙ୍କାର ପ୍ରକଳ୍ପ କୃଷି ଉଦ୍ୟୋଗ ଯୋଜନାରେ ସାମିଲ କରାଯାଇଥିଲା । ସେହିପରି ଯୋଜନାକୁ ବ୍ୟାପକ କରିବା ପାଇଁ ଟ୍ରାନ୍ସଜେଣ୍ଡର(କିନ୍ନର)ଙ୍କୁ ଏଥିରେ ସାମିଲ କରାଯାଇଛି । ଫଳରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିନିବେଶ ସବ୍‌ସିଡି ରାଶି ପାଇବା ନିମନ୍ତେ ସେମାନେ ଯୋଗ୍ୟ ବିବେଚିତ ହେବେ । ରାଜ୍ୟରେ କୃଷି ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଓ ବିପୁଳ କର୍ମସଂସ୍ଥାନ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷି ସହିତ ଜଡ଼ିତ କୃଷକଙ୍କର ଆୟବୃଦ୍ଧି ଘଟିବା ସହିତ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି ହୋଇପାରୁଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking