29.1 C
Bhubaneswar
Wednesday, April 24, 2024
Homeଓଡିଶାଖୋଲାମେଲା ପଡଛି ଟ୍ରାନ୍ସଫର୍ମର, ଘନଉଛି ବିପଦ

ଖୋଲାମେଲା ପଡଛି ଟ୍ରାନ୍ସଫର୍ମର, ଘନଉଛି ବିପଦ

ରାଉରକେଲା : ଦକ୍ଷିଣ ରାଉରକେଲା ଅନ୍ତର୍ଗତ ରଙ୍ଗୋଲି ଛକ ନିକଟ ଝରାବାହାଲ ନିକଟରେ ରାସ୍ତା ପାଶ୍ୱର୍କୁ ଲାଗି ରହିଛି ଏକ ବିଦ୍ୟୁତ ଟ୍ରାନ୍ସଫର୍ମର । ମାତ୍ର ଏହି ଟ୍ରାନ୍ସଫର୍ମର ଖୋଲାମେଲା ଭାବେ ପଡ଼ି ରହିଥିବାରୁ ଏହା ବିପଦକୁ ଆମନ୍ତ୍ରଣ କରୁଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଟ୍ରାନ୍ସଫର୍ମରରେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ପ୍ରବାହିତ ହେଉଥିବା ବେଳେ ଏହା ମନୁଷ୍ୟ ଓ ବୁଲା ପଶୁଙ୍କ ଜୀବନ ପାଇଁ କାଳ ସାଜିଛି । ପୂର୍ବରୁ ବୁଲା ଗୋରୁଗାଈ ମାନେ ଟ୍ରାନ୍ସଫର୍ମର ପରିସରକୁ ଘାସ ଚରିବାକୁ ଆସି ମୃତ୍ୟୁବରଣ କରିଥିବା ମଧ୍ୟ ନଜିର ରହିଛି । ବାରମ୍ବାର ଉକ୍ତ ଟ୍ରାନ୍ସଫର୍ମର ଚାରିପଟେ ପାଚେରୀ ଅବା ତାରବାଡ଼ ଘେରାଇବା ପାଇଁ ବିଦ୍ୟୁତ ବିଭାଗ ପାଖରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳି ପାରିନଥିବା ପ୍ରକାଶ । କେବଳ ଏହି ଜାଗା ନୁହେଁ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ଅନ୍ୟ କିଛି ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡ଼ିକ ଅସୁରକ୍ଷିତ ଭାବରେ ରହିଛି । ଏହାଯୋଗୁ ଯେକୌଣସି ସମୟରେ ଦୁର୍ଘଟଣା ଘଟି ଜଣଙ୍କ ଧନଜୀବନ ହାନିର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ । ଏହି ଖୋଲା ଟ୍ରାନ୍ସଫର୍ମର ନିକଟରେ ବସବାସ କରୁଥିବା ଲୋକଙ୍କ ଜୀବନ ଆଶଙ୍କାରେ କାଳତିପାତ ହେଉଥିବା ଦେଖିବାକୁ ମିଳିଛି । କେବଳ ଗୋଟିଏ କି ଦୁଇଟି ଜାଗାରେ ଏପରି ପରିସ୍ଥତି ନାହିଁ, ସହରର କିଛି ଜାଗାରେ ଟ୍ରାନ୍ସଫର୍ମର ଗୁଡ଼ିକ ଅସୁରକ୍ଷିତ ଅବସ୍ଥାରେ ଦଣ୍ଡାୟମାନ ହୋଇଛି । ଏଣୁ ଏଭଳି ଖୋଲା ଟ୍ରାନ୍ସଫର୍ମର ଗୁଡ଼ିକରେ ତାରବାଡ଼ ଅବା ପାଚେରୀରେ ଆବଦ୍ଧ କରିବାକୁ ବିଦ୍ୟୁତ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking