32.1 C
Bhubaneswar
Thursday, March 28, 2024
Homeଓଡିଶାକମିଶନରେଟ୍ ପୋଲିସରେ ଅଦଳବଦଳ

କମିଶନରେଟ୍ ପୋଲିସରେ ଅଦଳବଦଳ

ଭୁବନେଶ୍ୱର: କମିଶନରେଟ୍ ପୋଲିସରେ ଆଜି ଛୋଟଧରଣର ଅଦଳବଦଳ ହୋଇଛି । ଭୁବନେଶ୍ୱର ଜୋନ୍‌-୫ ଏସିପି ଥିବା ଅନିଲ୍ କୁମାର ମିଶ୍ରଙ୍କୁ କଟକ ସହରାଞ୍ଚଳ ପୋଲିସରେ ଅତିରିକ୍ତ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କ ସ୍ଥାନରେ ଭୁବନେଶ୍ୱର ୟୁପିଡି ସ୍ୱେଶାଲସ୍କ୍ୱାର୍ଡ ଏସିପି ତଥା ସଞ୍ଜିବ କୁମାର ଶତପଥିଙ୍କୁ ଜୋନ୍‌-୫ ଏସିପି ଦାୟିତ୍ୱ ମିଳିଛି । ସେହିପରି ଏସିପି ତାପସ ଚନ୍ଦ୍ର ପ୍ରଧାନଙ୍କୁ କଟକ, ଜୋନ୍‌-୩ ଏସିପି, ବାରଙ୍ଗ ଆଇଆଇସି ଶଶିକାନ୍ତ ରାଉତଙ୍କୁ ଚାଉଳିଆଗଞ୍ଜ ଆଇଆଇସି ଭାବେ ଦାୟିତ୍ୱ ଦିଆଯାଇଛି । ଏହାସହ ବାରଙ୍ଗ ଆଇଆଇସି ଭାବେ ଫୁଲନଖରା, ଏନ୍‌.ଏଚ୍ ଟ୍ରାଫିକ୍ ଥାନା ଆଇଆଇସି ଆକାଶ ଚନ୍ଦ୍ର ରଣାଙ୍କୁ ବଦଳି କରାଯାଇଛି । ସେହିପରି ଭୁବନେଶ୍ୱର କମିଶନରେଟ୍ ପୋଲିସ ମୁଖ୍ୟାଳୟରେ ଥିବା ଯତିନ୍ଦ୍ର କୁମାର ସେଠୀଙ୍କୁ ପୁରୀଘାଟ ଆଇଆଇସି, କିଶୋର ଚନ୍ଦ୍ର ପ୍ରଧାନଙ୍କୁ କଟକ ଟାଉନ୍ ଟ୍ରାଫିକ୍ ଥାନା ଆଇଆଇସି ଭାବେ ନିଯୁକ୍ତି ଦିଆଯାଇଛି । ଟାଉନ୍ ଥାନା ଆଇଆଇସି ମନୋଜ ରୋଶନ ବିଲୁଙ୍ଗଙ୍କୁ ଫୁଲନଖରା ଏନ୍‌.ଏଚ୍ ଟ୍ରାଫିକ୍ ଆଇଆଇସି ଭାବେ ଦାୟିତ୍ୱ ମିଳିଛି । ଏଥିସହିତ ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପ କୁମାର ରାଉତଙ୍କୁ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଏବଂ ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଯୁବରାଜ ସ୍ୱାଇଁଙ୍କୁ ବାଲିଅନ୍ତା ଥାନା ଆଇଆଇସି ଭାବେ ବଦଳି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking