28.1 C
Bhubaneswar
Thursday, March 28, 2024
Homeଓଡିଶାମଙ୍କିପକ୍ସକୁ ନେଇ ଏସ୍‌ସିବିରେ ପ୍ରଶିକ୍ଷଣ: ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ନୋଡାଲ ଅଫିସର

ମଙ୍କିପକ୍ସକୁ ନେଇ ଏସ୍‌ସିବିରେ ପ୍ରଶିକ୍ଷଣ: ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ନୋଡାଲ ଅଫିସର

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ ଓ ହସ୍ପଟାଲ୍‌ରେ ମଙ୍କିପକ୍ସ ରୋଗ ସଂକ୍ରାନ୍ତୀୟ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମେଡ଼ିକାଲର ହେରିଟେଜ ଅଡିଟୋରିୟମହଲ୍‌ରେ ଅନୁଷ୍ଠିତ ଏହି ଶିବିରରେ ରାଜ୍ୟର ୧୮୦ଜଣ ଡାକ୍ତର, ୨୦ଜଣ ରିସର୍ଚ୍ଚ ପର୍ସନ ଯୋଗ ଦେଇଥିଲେ । ମକ୍ସିପକ୍ସ ରୋଗକୁ ନେଇ ଗଠିତ ହୋଇଥିବା ରାଜ୍ୟ ସ୍ତରୀୟ କମିଟିର ନୋଡାଲ ଅଫିସର ତଥା ଏସ୍‌ସିବି ଭେଷଜ ବିଭାଗୀୟ ମୁଖ୍ୟ ପ୍ରଫେସର ଡ.ଜୟନ୍ତ ପଣ୍ଡା ଶିବିରରେ ଅଧ୍ୟକ୍ଷତା କରିଥିଲେ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ସଦସ୍ୟ ଡ. ସତ୍ୟରଞ୍ଜନ ପାଣିଗ୍ରାହୀ, ଅତିରିକ୍ତ ଡିଏମଇଟି ଡ. ବ୍ରଜକିଶୋର ଦାସ, ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡ. ଲୁସି ଦାସ, ଡବ୍ଲ୍ୟୁଏଚ୍‌ଓର ଟିମ୍ ଲିଡର ଡ. ନିହାର ରାୟ, ଏସ୍‌ସିବି ମେଡ଼ିକାଲର ଜରୁରୀକାଳୀନ ଅଧିକାରୀ ଡ.ଭୁବନାନନ୍ଦ ମହାରଣା ପ୍ରମୁଖ ଉଦ୍‌ଘାଟକ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏସ୍‌ସିବି ମେଡ଼ିକାଲର ଡାକ୍ତରମାନଙ୍କୁ ନେଇ ଗଠିତ ହୋଇଥିବା ଟେକ୍ନିକାଲ କମିଟିକୁ ରାଜ୍ୟ ଟେକ୍ନିକାଲ କମିଟି ଭାବେ ଘୋଷଣା କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶେଷ ହୋଇଛି ।

ପରବର୍ତ୍ତୀ ପର୍ଯ୍ୟାୟରେ ଏସ୍‌ସିବି ମେଡ଼ିକାଲ ସମେତ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ,ଆରଏମଆରସି ଏବଂ ଡବ୍ଲ୍ୟୁଏଚଓ ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ପ୍ରତି ଜିଲ୍ଲାରେ ନୋଡାଲ ଅଫିସର ନିଯୁକ୍ତି ନେଇ ଏହି ଅବସରରେ ଆଲୋଚନା ହୋଇଛି । ଏହି ଅବସରରେ ମଙ୍କିପକ୍ସ ରୋଗକୁ ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ଜାରି କରାଯାଇଥିଲା । ରୋଗୀଙ୍କୁ କିପରି ସନ୍ଦେହ କରିବେ, ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କିପରି କରାଯିବ, ଆଇସୋଲେସନ୍‌ରେ ରହିବା ସମୟରେ କ’ଣ ସବୁ ପଦକ୍ଷେପ ନିଆଯିବ ସେ ସଂକ୍ରାନ୍ତରେ ଏସ୍‌ଓପିରେ ଉଲ୍ଲେଖ ହୋଇଥିବା ବେଳେ ଏ ବାବଦରେ ଆଲୋଚନା ହୋଇଥିଲା । ଡ. ନାରାୟଣ ମୋଦି, ଡ. ମିନାକ୍ଷୀ ମହାନ୍ତି, ଡ. ଜୟଶ୍ରୀ ମହାନ୍ତି, ଡ. ନିରଞ୍ଜନ ମହାପାତ୍ର, ଡ.ଇରା ପ୍ରହରାଜ, ଡ. ନିହାର ରଞ୍ଜନ ରାୟ, ଡ. ଭବାନୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ରୋଗ ଚିହ୍ନଟ ଠାରୁ ନେଇ ଚିକିତ୍ସା ବ୍ୟବସ୍ଥା ସଂକ୍ରାନ୍ତରେ ଆଲେଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking