27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶମସଜିଦରେ ନେଉଥିଲେ ବମ ବନାଇବାର ପ୍ରଶିକ୍ଷଣ ; ବିସ୍ଫୋରଣରେ ୩୦ ଆତଙ୍କୀ ମୃତ

ମସଜିଦରେ ନେଉଥିଲେ ବମ ବନାଇବାର ପ୍ରଶିକ୍ଷଣ ; ବିସ୍ଫୋରଣରେ ୩୦ ଆତଙ୍କୀ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନର ଏକ ମସଜିଦରେ ବମ୍ ବନାଇବାର ଟ୍ରେନିଂ ନେଉଥିବା ସମୟରେ ଏହା ଥିଲା ଆତଙ୍କୀ ମାନଙ୍କ ପାଇଁ ଶେଷ ଟ୍ରେନିଂ କ୍ଲାସ । ଆଫଗାନିସ୍ତାର ସେନା ଦ୍ୱାରା ଜାରି କରାଯାଇଥିବା ସୂଚନାଅନୁସାରେ , ବମ ବନାଇବା ଟ୍ରେନିଂ ସମୟରେ ଭୀଷଣ ବିସ୍ଫୋରଣ ଘଟି ୬ ବିଦେଶୀଙ୍କ ସମେତ ମୋଟ ୩୦ ଆତଙ୍କୀଙ୍କ ମୃତ୍ୟୁ ଘଟିଛି ।

ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ବିଦେଶୀ ମାନେ ବାରୁଦ ସୁଡଙ୍ଗ ବନାଇବାରେ ଧୁରନ୍ଧର ଥିଲେ ଓ ତାଲିବାନ ଆତଙ୍କୀ ମାନଙ୍କୁ ବମ ବନାଇବା ପାଇଁ ଲାଇଭ ଟ୍ରେନିଂ ଦେଉଥିଲେ ।

ଏହି ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ବିଦେଶୀ ମାନଙ୍କ ପରିଚୟ ମିଳିପାରି ନାହିଁ । ଏମାନଙ୍କ ସହ ୨୪ ଜଣ ତାଲିବାନ ଆତଙ୍କୀ ମଧ୍ୟ ଥିଲେ । ମସଜିଦ ଭିତରେ ବମ୍ ବନାଇବାପାଇଁ ପ୍ରଶିକ୍ଷଣ ନେଉଥିଲେ । ଆମେରିକାର ଏକ ଏଜେନି୍ସର ରିପୋର୍ଟ ଅନୁସାରେ ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ତାଲିବାନ ମାନଙ୍କ ହାମଲା ବଢିଯାଇଛି । ଯେଉଁଠି ସରକାରୀ ଅଧିକାରୀ , ନେତା ଓ ପତ୍ରକାରଙ୍କୁ ଟାର୍ଗେଟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking