39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶମେ’ ୧୨ ରୁ ଦେଶରେ ଗଡ଼ିବ ୧୫ଟି ଟ୍ରେନ୍

ମେ’ ୧୨ ରୁ ଦେଶରେ ଗଡ଼ିବ ୧୫ଟି ଟ୍ରେନ୍

ନୂଆଦିଲ୍ଲୀ : ଦୀର୍ଘ ଦିନର ଲକ୍‌ଡାଉନ୍ ପରେ ଭାରତୀୟ ରେଳବାଇ ମେ’ ୧୨ ତାରିଖରୁ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଯାତ୍ରୀମାନଙ୍କୁ ବିଭିନ୍ନ ଟ୍ରେନ୍‌ରେ ଟିକେଟ୍ ବୁକିଂ କରିବା ପାଇଁ ସୋମବାର ଠାରୁ ଅନ୍‌ଲାଇନ୍ ସେବା ଉପଲବ୍ଧ ହେବ ।
ଏହି ବୁକିଂ କେବଳ ଆଇଆର୍‌ଟିସି ୱେବ୍‌ସାଇଟ୍ ‌ ମାଧ୍ୟମରେ କରାଯିବ । ସୋମବାର ଅପରାହ୍ଣ ୪ଟାରୁୱେବ୍‌ସାଇଟ୍‌‌ରେ ଯାତ୍ରୀ ଟିକେଟ୍ ପାଇ ପାରିବେ ବୋଲି ନେସ୍‌ନାଲ୍ ଟ୍ରାନ୍ସପୋର୍ଟର ପକ୍ଷରୁ ରବିବାର ସନ୍ଧ୍ୟାରେ ପ୍ରକାଶ ପାଇଛି । କରୋନା ଭାଇରସ୍ କାରଣରୁ ମାର୍ଚ୍ଚ ୨୫ ତାରିଖରୁ ଦେଶରେ ଟ୍ରେନ୍ ଚଳାଚଳ ବାତିଲ ହୋଇଥିଲା । ଦେଶରେ ମୋଟ୍ ୧୫ ଯୋଡ଼ା ଟ୍ରେନ୍ ଯାତ୍ରା ଆରମ୍ଭ କରିବ ।
ନୂଆଦଲ୍ଲୀ ଷ୍ଟେସନ୍‌ରୁ ଟ୍ରେନ ଛାଡ଼ି ଆସାମ, ବିହାର, ବେଙ୍ଗଲ୍‌, ଛତିଶଗଡ଼, ଗୁଜୁରାଟ, ଜାମ୍ମୁ, ଝାରଖଣ୍ଡ,କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଓଡ଼ିଶା,ତାମିଲନାଡ଼ୁ ଓ ତ୍ରିପୁରା ଆଦି ରାଜ୍ୟର ସହର ଗୁଡ଼ିକ ଦେଇ ଯାତ୍ରା କରିବ ବୋଲି ଜଣାପଡ଼ିଛି ।
https://onakhabar.com/2020/05/11/manmohan-singh-admitted-to-aiims/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking