22.1 C
Bhubaneswar
Sunday, January 23, 2022
Homeଓଡିଶା୮ ଯାଏ ୭ ଯୋଡ଼ା ଟ୍ରେନ୍‌ ବାତିଲ୍‌

୮ ଯାଏ ୭ ଯୋଡ଼ା ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଓ ଟ୍ରେନ୍‌ରେ ଯାତ୍ରୀ ହେଉ ନ ଥିବାରୁ ୭ ଯୋଡ଼ା ଟ୍ରେନ୍‌କୁ ଅଗଷ୍ଟ ୮ ପର୍ଯ୍ୟନ୍ତ ବାତିଲ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅଗଷ୍ଟ ୨ରୁ ୮ ମଧ୍ୟରେ ବାତିଲ ହେବାକୁ ଥିବା ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-କଟକ-ପୁରୀ, ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର, ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ, କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ। ଅଗଷ୍ଟ ୭ ଓ ୮ରେ ବାତିଲ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା, ପୁରୀ-ଅନୁଗୁଳ-ପୁରୀ ଟ୍ରେନ, ଭୁବନେଶ୍ୱର-ପାଲାସା-ଭୁବନେଶ୍ୱର ଟ୍ରେନ, ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ୍‌। ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ୍‌ ଅଗଷ୍ଟ ୨ରୁ ୮ ମଧ୍ୟରେ ଉଭୟ ପାର୍ଶ୍ୱରୁ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking