ପୁରୀ : ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀଚଉରା ମଝିରେ ଖାଲି ବଗି ନେଇ ଯାଉଥିବା ଟ୍ରେନ୍ର ଏକ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ଇଞ୍ଜିନ୍ର ଆଗ ୩ଟି ଚକ ସହ ପଛର ଗୋଟିଏ ଚକ ଲାଇନଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ୍ରୁ ଆସୁଥିବା ବେଳେ ଇଞ୍ଚିନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ରେଲେଓ୍ୱ ବୈଷୟିକ ଟିମ୍ ମରାମତି କାର୍ଯ୍ୟ କରିଥିଲେ। ତେବେ କାହିଁକି ଇଞ୍ଜିନ୍ ଲାଇନଚ୍ୟୁତ ହେଲା ଏନେଇ ତଦନ୍ତ କରାଯିବ ବୋଲି ରେଲୱେର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।