27.1 C
Bhubaneswar
Friday, March 29, 2024
Homeଓଡିଶାଆସନ୍ତାକାଲି ସୁରତରୁ ଆସିବାକୁ ଥିବା ୩ ଟ୍ରେନ ବାତିଲ

ଆସନ୍ତାକାଲି ସୁରତରୁ ଆସିବାକୁ ଥିବା ୩ ଟ୍ରେନ ବାତିଲ

ଭୁବନେଶ୍ୱର: ସୁରତରୁ ପ୍ରବାସୀ ଓଡିଆଙ୍କୁ ଧରି ଆସନ୍ତା କାଲି ଆସିବାକୁ ଥିବା ୩ଟି ଟ୍ରେନକୁ ଆଜି ବାତିଲ କରି ଦିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ସୁରତରୁ ଆସିବାକୁ ଥିବା ଟ୍ରେନକୁ ଓଡିଶା ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି । ଓଡିଶା ସରକାର ମନା କରିବା ଫଳରେ ଗୁଜୁରାଟ ସରକାର ଟ୍ରେନକୁ ବାତିଲ କରିଛନ୍ତି । ଏନେଇ ସୁରତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବର୍ତ୍ତମାନ ଲକ ଡାଉନ ସମୟରେ ଟ୍ରେନ ଆସିବା ପାଇଁ ରାଜ୍ୟ ସରକାର ଅନମୁତି ଦେଇନାହାନ୍ତି । ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହୋଇ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରୁଛି । ଓଡିଶା ଓ ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା କାଲି ୩ଟି ଟ୍ରେନ ଓଡିଶା ଆସିବାର ଥିଲା । ରାଜ୍ୟ ସରକାର ଯେଉଁ ଅନୁମତି ଦେଇଥିଲେ , ତାକୁ ଆଜି ପ୍ରତ୍ୟାହାର କରି ନେଇଛନ୍ତି । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଭିତ୍ତିରେ ଓଡିଶା ସରକାର ଏହି ପଦକ୍ଷପ ନେଇଛନ୍ତି ।
ଏକ ଜନସ୍ୱାର୍ଥ ମାମଲାର ବିଚାର କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୌଣସି ପ୍ରବାସୀ ବିନା କୋଭିଡ ୧୯ ପରୀକ୍ଷାରେ ରାଜ୍ୟ ଭିତରକୁ ଆସିପାରିବେ ନାହିଁ । ପ୍ରଥମେ ସେମାନଙ୍କର ପରୀକ୍ଷା ହେବ । ଯେଉଁମାନଙ୍କଠାରେ କରୋନା ଭୂତାଣୁ ନଥିବ ବୋଲି ଜଣାପଡିବ, ସେହିମାନଙ୍କୁ କେବଳ ରାଜ୍ୟକୁ ଆସିବା ପାଇଁ ଅନୁମତି ମିଳିବ । ବିନା ପରୀକ୍ଷାରେ ଓ ରିପୋର୍ଟ ନେଗେଟିଭ ନଥିଲେ କେହି ପ୍ରବାସୀ ଓଡିଶା ଭିତରକୁ ଆସିପାରିବେ ନାହିଁ । ଆଜି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଫଳରେ ସୁରତରୁ ଆସିବାକୁ ଥିବା ଟ୍ରେନକୁ ରାଜ୍ୟ ସରକାର ମନା କରିଦେଇଛନ୍ତି । ଫଳରେ ରାଜ୍ୟକୁ ଫେରିବାକୁ ଅନେଇ ବସିଥିବା ପ୍ରବାସୀମାନେ ହତାଶ ହୋଇପଡିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking