ନିର୍ଗୁଣ୍ଡି ରେଳ ଷ୍ଟେସନ ନିକଟରେ ଏଲଟିଟି ଏକ୍ସପ୍ରେସ୍ ଲାଇନଚ୍ୟୁତ୍

କଟକ : ଘନ କୁହୁଡ଼ି ଯୋଗୁ ମୁମ୍ବାଇ-ଭୁବନେଶ୍ୱର ଏଲଟିଟି ଏକ୍ସପ୍ରେସ୍ ଲାଇନଚ୍ୟୁତ୍ | କଟକ ନିର୍ଗୁଣ୍ଡି ରେଳ ଷ୍ଟେସନ୍ ଶାଳଗାଁ ନିକଟରେ ଆଜି ସକାଳେ ଲାଇନଚ୍ୟୁତ ହୋଇଛି । ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ଜଣଙ୍କ ଅବସ୍ଥା ଗୁରତର ରହିଛି । ଘନ କୁହୁଡ଼ି ଯୋଗୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।
ଖବର ପାଇଁ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହ ଆହତମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୫ ଜଣଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି। କୁହୁଡ଼ି ଯୋଗୁଁ ଏକ ମାଲବାହୀ ଟ୍ରେନ୍‌କୁ ପଛ ପଟୁ ଏହି ଟ୍ରେନ୍‌ ଧକ୍କା ଦେଇ ଲାଇନ୍‌ଚ୍ୟୁତ୍‌ ହୋଇଥିବା ସୂଚନା ମିଳିଛି।