34.1 C
Bhubaneswar
Friday, March 29, 2024
Homeଓଡିଶାପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ

ଜଳେଶ୍ୱର : ପାରିବାରିକ କଳହ ଯୋଗୁଁ ଅନେକ ସମୟରେ ଦୁଃଖଦ ଘଟଣା ଘଟିଥାଏ । କେବେ ପରିବାରର କିଏ ହତ୍ୟା କରିଥାଏ ତ ଆଉ କିଏ ଆତ୍ମହତ୍ୟା କରିଥାଏ । କେବେକେବେ ପାରିବାରିକ କଳହ ଯୋଗୁଁ ଛୋଟ ଛୁଆଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ । ତେବେ ଏଭଳି ଏକ ଘଟଣା ବାଲେଶ୍ୱରରେ ଦେଖିବାକୁ ମିଳିଛି । ପାରିବାରିକ କଳହର କରୁଣ ପରିଣତି । ମାତ୍ର କେଇ ମିନିଟରେ ସବୁ ଓଲଟପାଲଟ ହୋଇଗଲା । ହସଖୁସିର ପରିବାର ଲୁହରେ ବୁଡ଼ିଗଲା । କେହି କିଛି ବୁଝିବା ଆଗରୁ ଜଣକର ଜୀବନ ଚାଲିଯାଇଥିବା ବେଳେ ଆଉ ଜଣେ ସବୁଦିନ ପାଇଁ ପଙ୍ଗୁ ପାଲଟିଗଲେ । ଏମିତି ଏକ ହୃଦୟବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍ର ରାଜପୁର ଗ୍ରାମରେ । କୌଣସି କଥାକୁ ନେଇ ବାପପୁଅ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ପୁଅ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିବାକୁ ଯାଉଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ବାପା ଟ୍ରେନ୍ ଚକା ତଳେ ପଡ଼ି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ବାଚସ୍ପତି ଏବଂ ତାଙ୍କ ପୁଅ ନାମ ରାଜେଶ ।
ସୂଚନା ଅନୁସାରେ,ଗତରାତିରେ କୌଣସି କଥାକୁ ନେଇ ବାପପୁଅ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଉତକ୍ଷିପ୍ତ ହୋଇ ରାଜେଶ ଜୀବନ ହାରିଦେବେ କହି ଘର ପାଖରେ ଥିବା ରେଳ ଲାଇନ୍ ନିକଟକୁ ଦୌଡ଼ିଥିଲେ । ସେପଟେ ପୁଅକୁ ଅଟକାଇବା ପାଇଁ ବାଚସ୍ପତି ବି ପଛେ ପଛେ ଦୌଡ଼ିଥିଲେ । ଉଭୟଙ୍କ ମଧ୍ୟରେ ଟ୍ରେନଲାଇନ୍ ଉପରେ ଭିଡ଼ାଭିଡ଼ି ଲାଗିଥିଲା । ଏହି ସମୟରେ ଅପରୁଟରେ ଆସୁଥିବା ଜଗନ୍ନାଥ ଏକ୍ସପ୍ରେସ୍ ବାପପୁଅଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ବାଚସ୍ପତିଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ରାଜେଶଙ୍କର ଦୁଇଟି ଯାକ ଗୋଡ଼ କଟିଯାଇଥିଲା । ଚିତ୍କାର ଶୁଣି ପାଖରେ ଥିବା କିଛି ଲୋକ ଓ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ସଂଗେ ସଂଗେ ଭୁବନେଶ୍ବର ନେଇ ଯାଇଥିଲେ । ତେବେ ଖବର ଲେଖା ହେବା ପର‌୍ୟ୍ୟନ୍ତ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking