34.1 C
Bhubaneswar
Friday, March 29, 2024
Homeଓଡିଶାଟ୍ରେଲର-ଆମ୍ବୁଲାନ୍ସ ଧକ୍କା; ୪ ମୃତ

ଟ୍ରେଲର-ଆମ୍ବୁଲାନ୍ସ ଧକ୍କା; ୪ ମୃତ

ରାୟଗଡା: ଆମ୍ବୁଲାନ୍ସକୁ ଧକ୍କା ଦେଇଛି ଟ୍ରେଲର । ଫଳରେ ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ମୁତାବକ, ଅମ୍ବାଦଳା ନିକଟ ମଂଜରିକୋପା ଠାରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମୃତ ସମସ୍ତ ୪ ଜଣ ଆମ୍ବୁଲାନ୍ସରେ ଥିଲେ । ବିଷମକଟକରୁ ଚିକିତ୍ସା ସାରି ବଙ୍ଗୋମୁଣ୍ଡା ଫେରିବା ବେଳେ ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ପୁରୁଷ ରହିଥିବା ସୂଚନା ରହିଛି ।  ଆମ୍ୱୁଲାନ୍ସ ଭିତରେ ଥିବା ରୋଗୀ ସମେତ ୬ ଚାପି ହୋଇଯାଇଥିଲେ। ଘଟଣା ସସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ୩ ଜଣଙ୍କୁ ଉଦ୍ଧାର କରି ମୁନିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ମଧ୍ୟ ଉଦ୍‌ବେଗଜନକ ରହିଛି । ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking