34.1 C
Bhubaneswar
Thursday, April 25, 2024
Homeଓଡିଶାଆଜି ୨ ମିନିଟ ପାଇଁ ବନ୍ଦ ରହିବ ଟ୍ରାଫିକ

ଆଜି ୨ ମିନିଟ ପାଇଁ ବନ୍ଦ ରହିବ ଟ୍ରାଫିକ

ଭୁବନେଶ୍ଵର: ଆଜି ଟ୍ୱିନିସିଟିରେ ଦୁଇ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ୬ଟା ୨ମିନିଟ ଯାଏଁ ଟ୍ରାଫିକ ସେବା ବନ୍ଦ ରହିବା ନେଇ ସୂଚନା ମିଳିଛି । କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ ଓ ସମ୍ମାନ ଜଣାଇବା ପାଇଁ ୨ମିନିଟର ନୀରବ ପ୍ରାର୍ଥନା କରାଯିବ । ଟ୍ରାଫିକ ବନ୍ଦ ନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । କରୋନା ଲଢ଼େଇରେ ସାମିଲ ହୋଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅନୁରୋଧ କରିିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking