ଭୁବନେଶ୍ୱର: ବର୍ତ୍ତମାନ ଭୁବନେଶ୍ୱର ସହରରେ ଟ୍ରାଫିକ ସମସ୍ୟା ଏକ ଚିନ୍ତା ଜନକ ବିଷୟ ଭାବେ ଉଭା ହୋଇଛି । ସହର ମଧ୍ୟରେ ଥିବା ଜନସାଧାରଣ ଯେତିକି ସଚେତନ ହେଲେ ମଧ୍ୟ ସମୟ ଅଭାବ କାରଣ ହେତୁ ହେଉ କିମ୍ୱା ନିଜର ଦୟୀତ୍ୱ ହୀନତା ହେତୁ ହେଉ, ପ୍ରାୟତଃ ଟ୍ରାଫିକ ନିୟମର ଖିଲାପ କରିଥାନ୍ତି । ଯେଉଁଠି ପାଇଁ ନିୟମିତ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ଏହି ସମସ୍ୟା ଗୁଡିକ ମଧ୍ୟରେ ବର୍ତ୍ତମାନର ମୁଖ୍ୟ ସମସ୍ୟା ହେଉଛି ବିଭିନ୍ନ ସ୍କୁଲକୁ ନେବା ଆଣିବା କରୁଥିବା ଗାଡିଗୁଡିକ ଯୋଗୁଁ ପ୍ରାୟ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟିବା ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି ହାଇଥାଏ ।
ବୁଧବାର ଭୁବନେଶ୍ୱର ଟ୍ରାଫିକ ପୋଲିସ ତରଫରୁ ୯ ଜଣିଆ ଟୀମ ଗଠନ କରାଯାଇ ଭୁବନେଶ୍ୱର ସହରାଞ୍ଚରେ ବିଭିନ୍ନ ସ୍ଥାନ ମାନଙ୍କରେ ଚଳାଚଳ ହେଉଥିବା ସମୁଦୟ ୩୦ ଗୋଟି ସ୍କୁଲ ଗାଡିଗୁଡିକୁ ଯାଞ୍ଚ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍କୁଲ ବସ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ଯାନ ଗୁଡିକର କାଗଜପତ୍ର ଯାଞ୍ଚ ସହିତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କର ପରିବହନ ଉପରେ ସରକାରଙ୍କ ନୀତି ନିୟମ ଅନୁଯାୟୀ ଅତ୍ୟାବଶ୍ୟକୀୟ ସୁରକ୍ଷା ଯାଞ୍ଚ ମଧ୍ୟ କରାଯାଇ ନିୟମ ଉଲଂଘନ କାରି ମାନଙ୍କ ଠାରୁ ଟ୍ରାଫିକ ନିୟମ ଅନୁଯାୟୀ ସମୁଦାୟ ୪,୫୦୦/- ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଟ୍ରାଫିକ ରେଗୁଲେସନ ୩୨ ଅନୁଯାୟୀ ପୋଲିସ କମିଶନରଙ୍କ ଅନୁମତିପତ୍ରନେଇ ଗାଡି ଚଳାଚଳ କରୁଛନ୍ତି କି ନାଇଁ ସେସବୁ ଯାଞ୍ଚ କରାଯାଇଥିଲା । ଏ କ୍ଷେତ୍ରରେ ଖିଲାପ କରୁ ଥିବା ଗାଡ଼ିର କାଗଜ ପତ୍ର ଯାଞ୍ଚ କରାଯାଇ ନିୟମାନୁଯାୟୀ ଜାରିମାନା ଆଦାୟ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ପୋଲିସ ତରଫରୁ ଏହି ଚଢଉ ଅଭିଯାନ ଆଗକୁ ମଧ୍ୟ ଅଧିକ କଡାକଡି ଭାବେ ପାଳନ କରାଯିବାର ସୂଚନା ହସ୍ତଗତ ହୋଇଛି ।