34.1 C
Bhubaneswar
Thursday, April 25, 2024
Homeଓଡିଶାବସ ଉପରେ ୬ ଲକ୍ଷ ୭୨ ହଜାର ଫାଇନ

ବସ ଉପରେ ୬ ଲକ୍ଷ ୭୨ ହଜାର ଫାଇନ

ବୌଦ୍ଧ: ଏବେ କଡାକଡି ହୋଇଛି ଟ୍ରାଫିକ ନିୟମ । ଏହାରି ଭିତରେ ଆଜି ବୌଦ୍ଧ ଆରଟିଓ ଏକ ଯାତ୍ରୀବାହୀ ବସ ଉପରେ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କା ଜରିମାନା ଲଗାଇଛି । ଉକ୍ତ ବସଟି ପରମିଟ୍ ନଥାଇ ଗାଡି ଚଲାଉଥିବାରୁ ୧୦ ହଜାର ଜରିମାନା ଲାଗିଛି । ତେବେ ଉକ୍ତ ଯାତ୍ରୀବାହୀ ବସର ମାଲିକ ଭୁବନେଶ୍ୱରର ବୋଲି ଜଣାପଡିଛି । ଏହାସହ ବିନା ରେଜିଷ୍ଟ୍ରେସନରେ ଗାଡି ଚାଲୁଥିବାରୁ ୫ ହଜାର, ବିନା ଇନ୍ସୁରାନ୍ସରେ ଚାଲୁଥିବାରୁ ୨ ହଜାର ଓ ସାଧାରଣ ଅପରାଧ ପାଇଁ ୫୦୦ ଟଙ୍କା ଜରିମାନା ଲାଗିଛି । ମୋଟର ଭେଇକେଲ ବକେୟା ଟିକସ ୬ ଲକ୍ଷ ୫୪ ହଜାର ୯୫୪ ରହିଛି । ବୌଦ୍ଧ ଆରଟିଓ ଏବେ ବସକୁ ଜବତ କରିଛି ।
https://onakhabar.com/2020/03/05/coronavairus-update/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking