35.1 C
Bhubaneswar
Tuesday, April 23, 2024
Homeଓଡିଶାଚୋରା ଚାଲାଣ ହେଉଥିବା ମାଙ୍କଡା ପଥର ବୋଝଇ ଟ୍ରାକ୍ଟର ଓଲଟିଲା, ଡ୍ରାଇଭର ଫେରାର

ଚୋରା ଚାଲାଣ ହେଉଥିବା ମାଙ୍କଡା ପଥର ବୋଝଇ ଟ୍ରାକ୍ଟର ଓଲଟିଲା, ଡ୍ରାଇଭର ଫେରାର

ମୟୁରଭଞ୍ଜ :ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଦିନକୁ ଦିନ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳିଛି ।  ଗତକାଲି ଏକ ମିନି ଟ୍ରକ ରେ ଚୋରା ଚାଲାଣ ହେଉଥିବା ବେଳେ କରଞ୍ଜିଆ ପୋଲିସ ପେଟ୍ରୋଲିଙ୍ଗ ବେଳେ ଧରାପଡ଼ି ଥିବା ବେଳେ ଆଜି ସକାଳୁ ପୁଣି ଏକ ଟ୍ରାକ୍ଟର OD-11E5723ଯୋଗେ ବେଆଇନ ମାଙ୍କଡା ପଥର ନେଇ ପିଛୁଳି ଗ୍ରାମକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ତାଟ, ଵାଟପଲଷା ରାସ୍ତା ନିକଟରେ ଓଲଟି ପଡିଥିଲା ।।ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଏହି ଘଟଣା ତାଟ ରେଭିନ୍ୟୁ ଇନିସପେକଟର ପ୍ରଫୁଲ୍ଲ କୁମାର ମହାନ୍ତ ଜାଣିବା ପରେ କରଞ୍ଜିଆ ଆଇ ଆଇ ସି ସରୋଜିନୀ ସିଂ ଙ୍କୁ ଖବର ଦେଇଥିଲେ, ଆଇ ଆଇ ସି ଘଟଣା ସ୍ଥଳରେ ପହଂଚି ଟ୍ରାକ୍ଟର ସହିତ ମାଙ୍କଡା ପଥର କୁ ଜବତ କରି ଯେସିବି ମେସିନ ସାହାଯ୍ୟରେ ଟ୍ରାକ୍ଟର କୁ ଉଠାଇ କରଞ୍ଜିଆ ଥାନାକୁ ଆଣି ତଦନ୍ତ କରୁଛି ।  ତେବେ ଏହି ମାଙ୍କଡ଼ା ପଥର ଯଶିପୁର ବ୍ଲକ ବକଳା ମୋଜା ରେ ଥିବା ପଥର ଖଣି ରୁ ପ୍ରତେକ ଦିନ ଟ୍ରିପ, ଟ୍ରିପ ଚୋରା ରାସ୍ତା ଦେଇ ଆସୁଥିବା ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ, ପ୍ରଶାସନିକ ଅଧିକାରୀ ମାନଙ୍କ ନଜର କୁ କେମିତି ଆସିପାରୁନି, ନା ଚୋରାଚାଲାଣ କାରୀଙ୍କ ସହିତ ଭିତିରିଆ ବୁଝାମଣା ରହିଛି ତା ରହସ୍ୟମୟ ତେବେ ଏହି ଚୋରାଚାଲାଣ ଯୋଗୁଁ ବହୁ ରାଜସ୍ୱ ହାନୀ ହେଉଥବା ଦେଖା ଦେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking