31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶତୀର୍ଥଯାତ୍ରୀ ହେଲା ମହାଯାତ୍ରା : ଜଳିଗଲା ବସ୍‌, ୪ ଯାତ୍ରୀ ଜୀବନ୍ତ ଦଗ୍ଧ

ତୀର୍ଥଯାତ୍ରୀ ହେଲା ମହାଯାତ୍ରା : ଜଳିଗଲା ବସ୍‌, ୪ ଯାତ୍ରୀ ଜୀବନ୍ତ ଦଗ୍ଧ

ଶ୍ରୀନଗର : ଜଳିଗଲା ତୀର୍ଥଯାତ୍ରୀ ବସ୍‌ । ୪ ଯାତ୍ରୀ ଜୀବନ୍ତ ଦଗ୍ଧ। ୨୦ ରୁ ଅଧିକ ଆହତ । ବୈଷ୍ଣୋ ଦେବୀ ଯିବା ବେଳେ ଜମ୍ମୁ ନିକଟ କାତ୍ରାରେ ଘଟିଛି ଅଘଟଣ। ବୈଷ୍ଣୋ ଦେବୀ ଯାତ୍ରୀଙ୍କୁ କାତ୍ରାରୁ ଜମ୍ମୁ ନେବା ବେଳେ ହଠାତ୍‌ ବସ୍‌ଟି ହୁହୁ ହୋଇ ଜଳିଥିଲା । ବୈଷ୍ଣୋ ଦେବୀ ଯାତ୍ରା ପାଇଁ କାତ୍ରା ହେଉଛି ବେସ୍‌ କ୍ୟାମ୍ପ। ବେସ୍‌ କ୍ୟାମ୍ପ ନିକଟରେ ହିଁ ଅଘଟଣ ଘଟିଛି। ବସ୍‌ରେ କେମିତି ନିଆଁ ଲାଗିଛି କିଛି ସ୍ପଷ୍ଟ ହୋଇନି । ଫରେନ୍‌ସିକ୍‌ ଟିମ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଛି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ବୈଷ୍ଣୋ ଦେବୀ ସଂପର୍କିତ ଏହା ଦ୍ୱିତୀୟ ଅଘଟଣ । ଜାନୁଆରୀ ପହିଲାରେ ବୈଷ୍ଣୋ ଦେବୀରେ ଦଳାଚକଟା ହୋଇଥିଲା । ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking