26.1 C
Bhubaneswar
Friday, March 29, 2024
Homeକରୋନାଦେଶରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୨୦,୬୪୨

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୨୦,୬୪୨

ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ ମହାମାରୀ କରୋନା । ଦିନକୁ ଦିନ ଏହା ମାରାତ୍ମକ ହେବା ସହ ହଜାର ହଜାର ମୁଣ୍ଡ ନେଲାଣି । ସାରା ବିଶ୍ୱରେ କରୋନା ଆତଙ୍କ ରଚାଇ ଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭କୁ ବୃଦ୍ଧି ପାଇଛି । ସେହିପରି ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୦ ହଜାର ୬୪୨କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୨୨,୭୫୨ ଆକ୍ରାନ୍ତ ହୋଇଥିବା ବେଳେ ୪୮୨ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ଟିଭ କେସ ବର୍ତମାନ ସମୟରେ ୨,୬୪,୯୪୪ ଆକ୍ଟିଭ କେସ ରହିଥିବା ବେଳେ ୪,୫୬,୮୩୧ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨,୧୭,୧୨୧ ଜଣ ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ୯,୨୫୦ ଜଣଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ମୃତକଙ୍କ ସଂଖ୍ୟା ୩୧୬୫ ରହିଥିବା ବେଳେ ଗୁଜୁରାଟରେ ୧୯୭୭, ତାମିଲନାଡୁରେ ୧୬୩୬ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking