ଦେଶରେ କରୋନା ମୃତ୍ୟୁ ୩୦ ହଜାର ଟପିଲା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି।ଏବେ ପର୍ଯ୍ୟନ୍ତ ଦେଶରେ ୩୦,୬୦୧ ଜଣ ସଂକ୍ରମିତ ପ୍ରାଣ ହରାଇ ସାରିଲେଣ।ଏଥିସହ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୯୪୫କୁ ବୃଦ୍ଧି ପାଇଛି। ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି।
ଗୋଟିଏ ଦିନରେ ସର୍ବାଧିକ ୪୯,୩୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୦ ଜଣ ମୃତ୍ୟୁବରଣ କରିଛନ୍ତି।୪,୪୦,୧୩୫ ଜଣ ଏବେ ଚିକିତ୍ସିତ ହେଉଛନ୍ତି।୮,୧୭,୨୦୮ ଜଣ ସୁସ୍ଥ ହୋଇ ଫେରିଛନ୍ତି।
ମହାରାଷ୍ଟ୍ରରେ ୩,୪୭,୫୦୨ ଜଣ ସଂକ୍ରମିତ ହୋଇଛନ୍ତି।ସେଥି ମଧ୍ୟରୁ ୧୨,୮୫୪ ଜଣ ପ୍ରାଣ ହରାଇଛନ୍ତି।
ଦିଲ୍ଲୀରେ ୩,୭୪୫ ତାମିଲନାଡୁ ରେ ୩,୨୩୨ ଏବଂ ଗୁଜରାଟ ରେ ୨୨୫୨ ଜଣଙ୍କର ମୃତ୍ୟୁ ହୋଇଛି।