30.1 C
Bhubaneswar
Thursday, April 25, 2024
Homeଓଡିଶାଉପକୂଳରେ ଘୂର୍ଣ୍ଣିଝଡ଼ ତାଣ୍ଡବ : ଉଡ଼ାଇନେଲା ଚାଳ ଛପର, ଚୂନା କଲା ଆଜବେଷ୍ଟସ

ଉପକୂଳରେ ଘୂର୍ଣ୍ଣିଝଡ଼ ତାଣ୍ଡବ : ଉଡ଼ାଇନେଲା ଚାଳ ଛପର, ଚୂନା କଲା ଆଜବେଷ୍ଟସ

କେନ୍ଦ୍ରାପଡ଼ା,:କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳରେ ସୋମବାର ମଧ୍ୟାହ୍ଣରେ ଘୂର୍ଣ୍ଣିଝଡ଼ ତାଣ୍ଡବ ସଷ୍ଟିୃ କରି ଘର ଦ୍ୱାର ଭାଙ୍ଗି ଦେଇଛି । ଘୂର୍ଣ୍ଣିଝଡ଼ ଚାଳ ଘରର ଛପର ଉଡ଼ାଇ ନେଇଛି, ଆଜବେଷ୍ଟସ ଘରର ଆଜବେଷ୍ଟସକୁ ଉଡ଼ାଇ ନେଇ ଖଣ୍ଡେ ଦୂରରେ କଚାଡ଼ି ଦେଇ ଭାଙ୍ଗି ଚୂନା କରି ଦେଇଛି । ଘର ଦ୍ୱାର ହରାଇ ଥିବା ଲୋକେ ଆଜି ବର୍ଷାରେ ବାହରେ ପଡ଼ି ରହିଛନ୍ତି । ପିଡ଼ିତଙ୍କୁ ଆଜି ରାତି ବର୍ଷାରେ ଖୋଲା ଆକାଶ ତଳେ କାଟିବାକୁ ପଡ଼ିବ । କେବଳ ଆଜି ରାତି ନୁହେଁ ଏହି ପରି ଆଉ କେତେ ରାତି ପିଡ଼ିତଙ୍କୁ ଖୋଲା ଆକାଶ ତତଳେ କାଟିବାକୁ ପଡ଼ିବ ତାହା କହିବା ମୁସ୍କିଲ । ଘୂର୍ଣ୍ଣିଝଡ଼ ପିଡ଼ିତମାନେ ନିଜ ଘର ଦ୍ୱାର ନସଜଡ଼େିବା ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ରାତି କକାଟିବେ । ସୋମବାର ମଧ୍ୟାହ୍ଣ ପ୍ରାୟ ୨ଟା ସମୟରେ ଉତର ଦିଗରେ ଆକାଶରେ ଭାସୁଥିବା କଳା ହାଣ୍ଡିଆ ମେଘ ଖଣ୍ଡରୁ ହାତୀଶୁଣ୍ଢ ଭଳି ଏକ ଶୁଣ୍ଡ ଲମ୍ବି ଆସିଲା ଧାମରା ମୁହାଁଣ ଆଡ଼କ୍‌ୁ । କ୍ଷଣକ ମଧ୍ୟରେ ଏହି ହାତୀଶୁଣ୍ଡ ଧାମରା ମୁହାଁଣରୁ ପାଣିକୁ ଭୁଷ ଭୁଷ କରି ଆକାଶକୁ ଉଠାଇ ନେଇ ଗାଁ ଆଡ଼କୁ ମାଡ଼ି ଆସିଲା ଓ ଗାଁରେ ତାଣ୍ଡବ କରି ଚାଲିଗଲା ।

ରାଜନଗର ବ୍ଲକର ସମୁଦ୍ର କୁଳିଆ ତାଳଚୁଆ, ରଙ୍ଗଣୀ ଓ ବାଘମାରୀ ପଂଚାୟତର ଏକାଧିକ ଗାଁରେ ଘୂର୍ଣ୍ଣିଝଡ଼ ତାଣ୍ଡବ କରି ଘର ଦ୍ୱାର ଭାଙ୍ଗି ଲୋକଙ୍କୁ ବେଘର କରି ଚାଲି ଯାଇଛି । ମାତ୍ର ୪ରୁ ୫ ମିନିଟ ମଧ୍ୟରେ ହୋଇଥିବା ଘୂର୍ଣ୍ଣିଝଡ଼ ପ୍ରଭାବରେ ଶତାଧିକ ଲୋକେ ବେଘର ହୋଇଯାଇଛନ୍ତି । ରଙ୍ଗଣୀ ପଂଚାୟତର ଚାଆଁରକୋଲା, ସୌରେନ୍ଦ୍ରପୁର, ବାଘମାରି ପଂଚାୟତର ବାଘମାରି ଓ ତାଳଚୁଆ ପଂଚଚାୟତର କିଛି ଗାଁରେ ଘୂର୍ଣ୍ଣିଝଡ଼ର କରୁଣ ଚିତ୍ର ଦେଖିବାକୁ ମିଳିଛି । ଘୂର୍ଣ୍ଣଝଡ଼ର ହାତିଶୁଣ୍ଢ ଧାମରା ମୁହାଁଣରୁ ପାଣିକୁ ଆକାଶକୁ ଉଠାଇ ନେବା ପରେ ଘୁରେଇ ଘୁରେଇ ଗାଁ ଆଡ଼କୁ ମାଡ଼ି ଆସିଥିଲା ଓ ପ୍ରଥମେ ଚାଆଁରାକୋଲା, ସୌରେନ୍ଦ୍ରନଗର ଓ ବାଘମାରୀ ଗାଁରେ ତାଣ୍ଡବ କରିବା ପରେ ଅନ୍ୟ ଗାଁ ଆଡ଼କୁ ମାଡ଼ି ଯାଇଥିଲା । ମାତ୍ର ୫ ମିନିଟ ମଧ୍ୟରେ ଘୂର୍ଣ୍ଣିଝଡ଼ ଘରଦ୍ୱାର ଭାଙ୍ଗିବା ସହ ବଡ଼ ବଡ଼ ଗଛକୁ ଉପାଡ଼ି ମୋଡ଼ ମକଚି ଭାଙ୍ଗିଦେଇଛି । ଗାଁ ଲୋକେ କିଛି ବୁଝିବା ପୂର୍ବରୁ ନିମିଷକ ମଧ୍ୟରେ ବିରାଟ ବିତ୍ପାତ ଘଟିଗଲା । ୫ ମିନିଟ ପରେ ସବୁ ନୀରବ ହୋଇଗଲା । ଲେକେ ବୁଝିବା ବେଳକୁ ସବୁ ସରି ଯାଇଥିଲା । ଖବର ପାଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରାଜନଗର ତହସିଲଦାରଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ ଓ ପିଡ଼ିତ ଲୋକଙ୍କୁ ଶୁଖିଲା ଖାଦ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥିସହଆଜି ରାତିରେ ପିଡ଼ିତଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ସେ ସ୍ଥାନୀୟ ପ୍ର।।ସନକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ପିଡ଼ିତ ପରିବାରକୁ ପଲିଥିନ ଯୋଗାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking