30.1 C
Bhubaneswar
Wednesday, April 24, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଆମ ଉପରେ ଦୁଷ୍କର୍ମ ବନ୍ଦ କର : କାନ୍ସ ରେଡ୍ କାର୍ପେଟ୍‌ରେ ଯୁବତୀଙ୍କ ବିକ୍ଷୋଭ

ଆମ ଉପରେ ଦୁଷ୍କର୍ମ ବନ୍ଦ କର : କାନ୍ସ ରେଡ୍ କାର୍ପେଟ୍‌ରେ ଯୁବତୀଙ୍କ ବିକ୍ଷୋଭ

ବ୍ୟୁରୋ : ୟୁକ୍ରେନ୍‌ରେ ପାଶବିକ ଅତ୍ୟାଚାରର କିଭଳି ସୀମା ଟପିଛି, ତାହାର ଦୃଶ୍ୟ ଦେଖିଲା କାନ୍ସ ଫେଷ୍ଟିଭାଲ । ଯେଉଁ ରେଡ୍ କାର୍ପେଟ୍‌ରେ ବିଶ୍ୱର ପ୍ରସିଦ୍ଧ କଳାକାରମାନେ ଚାଲନ୍ତି, ସେଠି ଦେଖିବାକୁ ମିଳିଲା ଜଣେ ଅର୍ଦ୍ଧନଗ୍ନ ଯୁବତୀଙ୍କ କ୍ଷୋଭ ଓ ଆକ୍ରୋଶ । ଆମ ଉପରେ ଦୁଷ୍କର୍ମ ବନ୍ଦ କର । ବିକ୍ଷୋଭ ବେଳେ ତାଙ୍କର ଅଧା ଶରୀରରେ କପଡ଼ା ନଥିଲା ବରଂ ଥିଲା ୟୁକ୍ରେନ୍‌ର ପତାକା । ୟୁକ୍ରେନ୍‌ରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଭଳି ପାଶବିକ ଅତ୍ୟାଚାରକୁ ବିରୋଧ କରି ସମ୍ପୃକ୍ତ ଯୁବତୀ ଅଭିନବ ଢଙ୍ଗରେ ପ୍ରତିବାଦ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି । ଟପ୍‌ଲେସ ହୋଇ ମହିଳା ଜଣକ ନିଜ ମନ ଭିତର କୋହ ବର୍ଣ୍ଣନା କରି ସାରା ବିଶ୍ୱ ସାମ୍ନାରେ ଯନ୍ତ୍ରଣା ପରିପ୍ରକାଶ କରିଛନ୍ତି ।

ନାଲି ରଙ୍ଗର ଅଣ୍ଡରପ୍ୟାଣ୍ଟ୍ ପିନ୍ଧିଥିବା ଏହି ମହିଳା ରେଡ୍ କାର୍ପେଟରେ ନାରା ଦେଇ ‘ଷ୍ଟପ୍ ରେପିଙ୍ଗ୍ ଅସ୍‌’ କହିବା ଆରମ୍ଭ କରି ଦେଇଥିଲେ, ଯାହାର ତୁରନ୍ତ ପରେ ସେଠାରେ ଉପସ୍ଥିତ ସୁରକ୍ଷା ଅଧିକାରୀମାନେ ମହିଳାଙ୍କୁ କଭର କରି ସେଠାରୁ ନେଇ ଯାଇଥିଲେ । ସୂଚନାଯୋଗ୍ୟ, କାନ୍ସ ଫେଷ୍ଟିଭାଲରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଥିଲେ ଯେ, ଗତ ମାସରେ ୟୁକ୍ରେନରେ ଶତାଧିକ ଦୁଷ୍କର୍ମ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ରୁଷ ସୈନ୍ୟମାନେ ପାଶବିକ ଅତ୍ୟାଚାର ଜାରି ରଖିଥିବା ବେଳେ ଶିଶୁ ଏବଂ ନାବାଳିକାମାନେ ମଧ୍ୟ ବାଦ ପଡ଼ୁନାହାନ୍ତି ।

ପୂର୍ବତନ କଳାକାର ଜେଲେନସ୍କି କାନ୍ସ ଫେଷ୍ଟିଭାଲରେ ଯୋଗ ଦେଇ ଏକ ଭିଡିଓ ଜାରି କରି ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଜେଲେନ୍‌ସ୍କି କହିଛନ୍ତି, ପୂର୍ବରୁ ରୁଷ୍ ସୈନିକମାନଙ୍କ ଦ୍ୱାରା ଅଧିକୃତ ଅଞ୍ଚଳଗୁଡ଼ିକରେ ଛୋଟ ପିଲାମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ବହୁସଂଖ୍ୟାରେ ଦୁଷ୍କର୍ମ କରାଯାଇଛି । ୟୁକ୍ରେନ୍‌ରେ ଚାଲିଥିବା ଯୌନହିଂସା ବିରୋଧରେ ଉକ୍ତ ଯୁବତୀଜଣକ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ତୁରନ୍ତ କାନ୍‌ସ୍ ସୁରକ୍ଷା କର୍ମୀମାନେ ଧାଇଁ ଆସି ତାଙ୍କୁ ଗୋଟାଏ କୋଟ୍‌ରେ ଢାଙ୍କି ସେଠାରୁ ନେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking