37.1 C
Bhubaneswar
Thursday, March 28, 2024
Homeଓଡିଶାଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ପୁରୀ : ରଥଯାତ୍ରା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଗହଳି । ଶୁକ୍ରବାର ଘୋଷଯାତ୍ରା ପାଇଁ ଗୁରୁବାର ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ରଥଖଳାକୁ ବିଜେ କରିଛି । ବିଜେ କାହାଳୀ ବାଜିବା ସହ ବିଧି ଅନୁସାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇ ରଥ ଖଳାରୁ ସିଂହଦ୍ୱାରକୁ ଅଣା ଯାଇଛି । ପରେ ପରେ ଦେବୀ ସୁଭଦ୍ରା ଦେବଦଳନ ରଥ ଓ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଛି । ଦୁଇ ବର୍ଷ ପରେ ଏହି ତିଥିରେ ଦର୍ଶନ ମିଳୁଥିବାରୁ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । ଏଥି ପାଇଁ ବ୍ୟାପକ ବ୍ୟାବସ୍ଥା କରିଛି ପ୍ରଶାସନ । ନେତ୍ରୋତ୍ସବରେ ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରି ସୌଭାଗ୍ୟ ଲାଭ କରିଥିବା ବେଳେ ଗୁରୁବାର ଉଭାଯାତ୍ରାରେ ମଧ୍ୟ ସାଧାରଣ ଦର୍ଶନ କରିଥିଲେ ଭକ୍ତ ।

                                 ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ନିର୍ଘଣ୍ଟ

ମଙ୍ଗଳ ଆଳତି – ସକାଳ ୬.୦୦ ଟା
ମଇଲମ – ସକାଳ ୬.୧୦ ଟା
ତଡ଼ପ ଲାଗି – ସକାଳ ୬.୩୦ ଟା
ରୋଷ ହୋମ – ସକାଳ ୬.୩୦ ଟା
ଅବକାଶ – ସକାଳ ୭.୦୦ ଟା
ସୂର୍ଯ୍ୟ ପୂଜା – ସକାଳ ୭.୦୦ ଟା
ଦ୍ୱାରପାଳ ପୂଜା – ସକାଳ ୭.୩୦ ଟା
ବେଶ ଶେଷ – ସକାଳ ୭.୩୦ ଟା
ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) – ସକାଳ ୮.୦୦ ଟାରୁ ୯.୦୦ ଟା
ରଥ ପ୍ରତିଷ୍ଠା – ସକାଳ ୯.୦୦ ଟା
ମଙ୍ଗଳାର୍ପଣ – ସକାଳ ୯.୧୫ ଟା
ପହଣ୍ଡି ଆରମ୍ଭ – ସକାଳ ୯.୩୦ ଟା
ପହଣ୍ଡି ଶେଷ – ମଧ୍ୟାହ୍ନ ୧୨.୩୦ ଟା
ଶ୍ରୀମଦନ ମୋହନ – ମଧ୍ୟାହ୍ନ ୧୨.୩୦ ଟା
ଶ୍ରୀରାମ ଓ ଶ୍ରୀଶ୍ରୀକୃଷ୍ଣ ବିଜେ – ଅପରାହ୍ନ ୧.୦୦ ଟା
ଚିତା ଲାଗି – ଅପରାହ୍ନ ୦୧.୩୦ ଟାରୁ ୨.୦୦ ଟା
ବେଶ ଶେଷ – ଅପରାହ୍ନ ୦୧.୩୦ ଟାରୁ ୨.୩୦ ଟା
ଛେରାପହଁରା – ଅପରାହ୍ନ ୨.୩୦ ଟାରୁ ୩.୩୦ ଟା
ସାରଥୀ ଲାଗିବା – ଅପରାହ୍ନ ୩.୩୦ ଟାରୁ ୪.୦୦ ଟା
ରଥଟଣା ଆରମ୍ଭ – ଅପରାହ୍ନ ୪.୦୦ ଟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking