27.8 C
Bhubaneswar
Friday, April 19, 2024
Homeଓଡିଶାଗୁଜୁରାଣ ମେଣ୍ଟାଉଛି ଟୋଲ ତେଲ

ଗୁଜୁରାଣ ମେଣ୍ଟାଉଛି ଟୋଲ ତେଲ

କଳାହାଣ୍ଡି- ଦେଶ ରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ସହ ଖାଇବା ତେଲ ମଧ୍ଯ ତାଳ ଦେଇ ବଢି ଚାଲିଛି l ଫଳରେ ଗରିବ ପରିବାର ଠାରୁ ନିମ୍ନ ଓ ମଧ୍ଯବିତ ପରିବାର ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି l ଏମିତି କି କଳାହାଣ୍ଡି ଜିଲ୍ଲାର ଆଦିବାସୀ ସମେତ ବିଭିନ୍ନ ଗାଁ ଗହଳିରେ ରହୁଥିବା ଲୋକେ ଖାଇବା ତେଲ ର ଏକ ନୂଆ ବିକଳ୍ପ ଆପଣେଇ ଛନ୍ତି l ଦଶନ୍ଧି ଦଶନ୍ଦି ଧରି ସେମାନେ ଟୋଲ ରୁ ତେଲ ପ୍ରସ୍ତୁତ କରି ଗୁଜୁରାଣ ମେଣ୍ଟାଉଛନ୍ତି l ଗରିବ ଗୁରବା ହୁଅନ୍ତୁ କିମ୍ବା ମଧ୍ଯବିତ ପରିବାର ଉପରେ ଏମିତି ତୈଳ ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଷ ହୋଇଛି l

କଳାହାଣ୍ଡି ଜିଲ୍ଲାର ଆଦିବାସୀ ସମେତ ଗ୍ରାମାଞ୍ଚଳ ର ଲୋକେ ଟୋଲ ରୁ ପ୍ରସ୍ତୁତ କରୁଛନ୍ତି ଖାଇବା ତେଲ l ଏଇ ଟୋଲ କୁ ସେମାନେ ମହୁଲ ଗଛରୁ ସଂଗ୍ରହ କରି l ପରେ ଖରାରେ ସୁଖାଇ ଏଥିରୁ ତେଲ ପ୍ରସ୍ତୁତ କରିଥାନ୍ତି l ସ୍ବାସ୍ଥ୍ଯ ପାଇଁ ଏହା ବେଶ ଉପଯୋଗୀ ହୋଇଥିବା ବେଳେ ଏହାର ବେଶ ଚାହିଦା ରହିବା ସାଙ୍ଗକୁ ଦାମ୍ ମଧ୍ଯ ଅଧିକ ରହିଛି l ତେବେ ଏହି ତେଲ କୁ ବିଶେଷ ଭାବେ ଜିଲ୍ଲାରେ ଥିବା ଆଦିବାସୀ ଓ ଗ୍ରାମଞ୍ଚଳ ର ଲୋକମାନେ ପିଢି ପିଢି ଧରି ଏହି ଟୋଲ ତେଲ କୁ ଆପଣେଇ ଛନ୍ତି l

 

ଦୋକାନ ବଜାର ରେ ସୋରିଷ ତେଲ ର ଦାମ୍ ଲିଟର୍ ପ୍ରତି ୧୨୦ ରୁ ୧୫୦ ଟଙ୍କା ରହିଥିବା ବେଳେ ବଜାର ରେ ଟୋଲ୍ ତେଲ ର ଦାମ୍ କିନ୍ତୁ କମ୍ ରହିଛି l ଏମିତି କି ଏହି ତେଲ ସୋରିଷ ତେଲ ଠାରୁ ମଧ୍ଯ ବହୁ ଗୁଣରେ ସ୍ବାସ୍ଥ୍ଯପ୍ରଦ ରହିଛି l ତେଣୁ ଲୋକେ ବ୍ଯୟ ବହୁଳ ଖର୍ଚ୍ଚରୁ ରକ୍ଷା ପାଇବା ସହ ନିରୋଗ ରହିବାକୁ ଏହି ଟୋଲ ତେଲ ର ବହୁଳ ବ୍ଯବହାର କରୁଛନ୍ତି l

 

– ଖରା ଦିନେ ମହୁଳ ଗଛ ରୁ ଏହି ଟୋଲ ସଂଗ୍ରହ କରି ଘରକୁ ଆଣିଥାନ୍ତି l ପରେ ଶେଷବୁ କୁ ଫଟାଇ ଖରାରେ ସୁଖାଇଥାନ୍ତି l ଆଉ ସୁଖିବା ପରେ ପାରମ୍ପାରିକ ତେଲ ଘଣା ବା ମିଲ୍ କୁ ନେଇ ସେଠାରେ ପେସିଥାନ୍ତି l ଆଉ ଏଥିରୁ ପ୍ରସ୍ତୁତ ହୋଇଥାଏ ଏହି ଟୋଲ ତେଲ l ତେବେ ପୂର୍ବ ରୁ ଲୋକେ ପାମ୍ପାରିକ ତେଲ ଘଣା ସାହାଯ୍ଯ ରେ ବିଭିନ୍ନ ପ୍ରକାର ର ତେଲ ପ୍ରସ୍ତୁତ କରୁଥିଲେ l କିନ୍ତୁ ସେ ସବୁ ଆଜି ବିଲୁପ୍ତ ପ୍ରାୟ l ଯାହା ଫଳରେ ଲୋକେ ଆପଣେଇ ଛନ୍ତି ଆଧୁନିକ ତେଲ ପ୍ରସ୍ତୁତି ଯନ୍ତ୍ର l ତେବେ ଏଥିରୁ ବାହାରିଥିବା ତେଲ କୁ ସେମାନେ ଖାଇବା ପାଇଁ ବ୍ଯବହାର କରିବାରେ ଲାଗିଛନ୍ତି l

 

– ଆଉ ଏହି ତେଲ ରେ ପ୍ରସ୍ତୁତ ବ୍ଯଞ୍ଜନ ମଧ୍ଯ ଅଧିକ ମାତ୍ରା ରେ ସୁଆଦିଆ ହୋଇଥିବା ବେଳେ ଏଥିରେ ବିଶେଷ ଔଷଧିୟ ଗୁଣ ମଧ୍ଯ ରହିଛି l ଏମିତି କି ଏହି ତେଲ କୁ ଦେହ ଏବଂ ଚୁଟି ରେ ମଧ୍ଯ ଲଗାଇଥାନ୍ତି ଲୋକେ l କେବଳ ଖାଲି ସେଥିକି ନୁହେଁ l ଟୋଲ ତେଲ ରୁ ବାହାରୁଥିବା ନିର୍ଗତ ଅଦରକାରୀ ଜିନିଷ ବା ପିଡିଆ ସାବୁନ ଓ ମାଛ ଚାଷ ପାଇଁ ଖାଦ୍ଯ ଭାବେ ବାହାର ରାଜ୍ଯ କୁ ଯାଇଥାଏ l ଆଉ ଏହା ଦ୍ବାରା ଭଳ ଦି ପଇଷା ରୋଜଗାର ହେଉଥିବା କହିଛନ୍ତି ତେଲ ମିଲ୍ ମାଲିକ l

କଳାହାଣ୍ଡି ନର୍ଲା ରୁ ସୁରେଶ ଚନ୍ଦ୍ର ସାହୁ ଓ.ଏନ୍.ଏ ଖବର୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking