32.1 C
Bhubaneswar
Thursday, March 28, 2024
Homeଖେଳଅଲମ୍ପିକରେ ଭାରତ ପଠାଉଛି ସବୁଠୁ ବଡ ଖେଳାଳୀଙ୍କ ଟିମ୍‌

ଅଲମ୍ପିକରେ ଭାରତ ପଠାଉଛି ସବୁଠୁ ବଡ ଖେଳାଳୀଙ୍କ ଟିମ୍‌

ନୂଆଦିଲ୍ଲୀ: ଭାରତ ୧୧୯ ଖେଲାଳୀଙ୍କ ସହିକତ ଟୋକିଓ ଅଲମ୍ପିକ  ପାଇଁ ୨୨୮ ସଦସ୍ୟା ବିଶିଷ୍ଟ ଦଳ ପଠେଇବ ।  ଭାରତୀୟ ଅଲମ୍ପିକ୍ସ ସଂଘ (ଆଇଓଏ) ଅଧ୍ୟକ୍ଷ ନରିନ୍ଦର ବତ୍ରା କହିଛନ୍ତି, ୧୧୯ ଖେଳାଳୀଙ୍କ ମଧ୍ୟରେ ୬୭ ଜଣ ପୁରୁଷ ଓ ୫୨ ଜଣ ମହିଳା ପ୍ରତିଯୋଗୀ ଅଛନ୍ତି । ବତ୍ରା କହିଛନ୍ତି, ଟୋକିଓ ଅଲମ୍ପିକ ପାଇଁ ମୋଟ ଦଳ ସଂଖ୍ୟା ୨୨୮ ରହିବ । ଏଥିରେ ୬୭ ଜଣ ପୁରୁଷ ପ୍ରତିଯୋଗୀ ଥିବା ବେଳେ ୫୨ ଜଣ ମହିଳା ଖେଳାଳୀ ଅଛନ୍ତି । ତେବେ ଏହି ଅଲମ୍ପିକ ଭାରତର ଏପର୍ଯ୍ୟନ୍ତ  ସବୁଠୁ ବଡ ଦଳର ହେବ । ରିୟୋ ଅଲମ୍ପିକରେ ୧୧୮ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଭାରତରୁ ଟୋକିଓ ଯିବାକୁ ଥିବା ପ୍ରଥମ ଦଳ ୧୭ ଜୁଲାଇରେ ଯାତ୍ରା କରିବ । ଏଥିରେ ମୋଟ ୯୦ ଖେଳାଳୀ ଓ ଅଧିକାରୀ ରହିବେ ।
ଟୋକିଓ ଅଲମ୍ପିକର ଆୟୋଜନ ୨୩ ଜୁଲାଇରୁ ୮ ଅଗଷ୍ଟ ଯାଏଁ ହେବ । ମହାମାରୀ କରୋନା ପାଇଁ ଖେଳ ମଧ୍ୟରେ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ପାଇଁ ଅଌଶଗ୍ଧ;ୁମତି ନାହିଁ । ଏହି ଖେଳ ସଂପୂର୍ଣ୍ଣ ଭାବରେ ଆପାତକାଳ ଇପାୟ ଅନ୍ତର୍ଗତ ଆୟୋଜିତ କରାଯିବ । ଏହା ୨୨ ଅଗଷ୍ଟ ଯାଏ ଚାଲିବ ।
ଭାରତୀୟ ନୌକାୟନ ଦଳର ୪ ଖେଳାଳୀ ଓ କୋଚ ମଙ୍ଗଳବାର ଟୋକିଓରେ ପହଂଚି ସାରିଛନ୍ତି । ୟୁରୋପର ଭିନ୍ନ ଭିନ୍ନ ଦେଶରେ ଅଭ୍ୟାସ କରୁଥିବା  ନୌକାୟନ ଖେଳାଳୀ  ନିଜ ଅଭ୍ୟାସ ସ୍ଥଳରୁ ଜାପାନ ରାଜଧାନୀରେ ପହଂଚିଛନ୍ତି ।
ଏହି ଖେଳାଳୀ ୟୁରୋପରୁ ସେଠାରେ ପହଂଚିଛନ୍ତି । ସେଥିପାଇଁ ସେମାନଙ୍କୁ କୋଭିଡ ୧୯ ନେଇ ଭାରତରୁ ଆସିବାକୁ ଥିବା ଅନ୍ୟ ଖେଳାଳୀହ୍‌କ ଉପରେ ଲଗା ଯାଇଥିବା ପ୍ରତିବନ୍ଧକର ସାମ୍ନା କରିବାକୁ ପଡିବନି । ମୁକ୍କେବାଜୀ ଓ ନିଶାନେବାଜୀ ଟିମ ବି କ୍ରମଶଃ  ଇଟାଲୀ ଓ କ୍ରୋଏସିଆରୁ ଟୋକିଓ ପହଂଚିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking