37.2 C
Bhubaneswar
Friday, April 19, 2024
Homeଓଡିଶାକରୋନା ପାଇଁ ବାତିଲ ହୋଇପାରେ ଟୋକିଓ ଅଲିମ୍ପିକ୍ସ

କରୋନା ପାଇଁ ବାତିଲ ହୋଇପାରେ ଟୋକିଓ ଅଲିମ୍ପିକ୍ସ

ନୂଆଦିଲ୍ଲୀ(ଓଡ଼ିଶା ନ୍ୟୁଜ ଏଜେନ୍ସି): ଚୀନରୁ ଆରମ୍ଭ ହୋଇଥିବା ମହାମାରୀ କରୋନା ଭାଇରସ ଏବେ ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ଚୀନରେ ପାଖାପାଖି ୩୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଓଡ଼ିଶାର ସମ୍ବଲପୁରରେ ମଧ୍ୟ ଗତକାଲି ୨ ଜଣଙ୍କୁ କରୋନା ଭାଇରସ ଥାଇପାରେ ବୋଲି ପରୀକ୍ଷାନିରୀକ୍ଷା ଚାଲିଛି । ସବୁଠାରୁ ବଡ଼ କଥା ହେଲା ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ପ୍ରତିଯୋଗିତା ଟୋକିଓରେ ଅନୁଷ୍ଠିତ ହୋଇଥାଏ । ଏହି ଟୋକିଓ ଅଲିମ୍ପିକ୍ସି ଆୟୋଜନ ନେଇ ଏବେ ଅନିଶ୍ଚିତତା ଦେଖାଯାଇଛି । କାରଣ କେବଳ କରୋନା ।
ତେବେ ଟୋକିଓ ଅଲିମ୍ପିକ-୨୦୨୦ ଜୁଲାଇ ୨୪ରୁ ଆରମ୍ଭ ହେବ । ଏହା ଅଗଷ୍ଟ ୯ରେ ଶେଷ ହେବାର ସୂଚୀ ରହିଛି । କିନ୍ତୁ ଏପର‌୍ୟ୍ୟନ୍ତ ଜାପାନରେ କରୋନା ଭାଇରସ ଯୋଗୁଁ ୧୬୧ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । କେବଳ ଜଣେ ଲୋକର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଗୁରୁତର ଅଛନ୍ତି । ୨୩ ଜଣ ଲୋକ ଡାକ୍ତରଖାନାରୁ ଭଲ ହୋଇ ଘରକୁ ଫେରିଛନ୍ତି । କରୋନା ଭାଇରସ ବିଶ୍ୱର ୪୩ଟି ରାଷ୍ଟ୍ରକୁ ସ୍ପର୍ଶ କରିଛି । ଅଲିମ୍ପିକ ଯେହେତୁ ସବୁଠାର ବଡ଼ କ୍ରୀଡ଼ା କାର‌୍ୟ୍ୟକ୍ରମ, ତେଣୁ ଏଠାକୁ ସବୁଦେଶର ପ୍ରତିଯୋଗୀ ଆସିବେ । ପୁଣି କ୍ରୀଡ଼ା କ୍ଷେତ୍ରରେ ଚୀନର ପାରଦର୍ଶିତା ଅଧିକ ଅଛି । ସେଥୀପାଇଁ ଚୀନର ଖେଳାଳି ଅଲିମ୍ପିକରେ ଅଧିକାଂଶ ଭାଗ ନେବେ ।
ଏସବୁକୁ ଦେଖି ଅଲିମ୍ପିକ-୨୦୨୦ ବାତିଲ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking