43.9 C
Bhubaneswar
Friday, April 19, 2024
Homeଓଡିଶାଆଜି ରାଜ୍ୟର ୨୨ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ

ଆଜି ରାଜ୍ୟର ୨୨ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ

ଭୁବନେଶ୍ୱର : ରାଜ୍ୟ ସାରା ଜାରି ରହିଛି ବର୍ଷା । ବୁଧବାର ରାଜ୍ୟର ସମସ୍ତ ଜିଲ୍ଲାରେ ଅଳ୍ପ ବହୁତ କରି ବର୍ଷା ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ଯାଏଁ ବର୍ଷା ଜାରି ରହିବ । କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୮ ତାରିଖ ସକାଳ ଯାଏଁ ସତର୍କତା ଜାରି ହୋଇଛି । ବିଶେଷ କରି ଓଡ଼ିଶାର ଉତ୍ତର ଉପକୂଳ, ପଶ୍ଚିମ ଏବଂ ଆଭ୍ୟନ୍ତରୀଣ କିଛି ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ୨୭ ତାରିଖ ଯାଏ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତର-ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟଦେଇ ଲମ୍ବିଥିବା ଟ୍ରଫ-ଲାଇନ ପ୍ରଭାବରେ ବର୍ଷା ହେଉଛି । ଏହା ସହିତ ଦକ୍ଷିଣ ବଙ୍ଗଳାଦେଶ ତଥା ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୁର୍ଣିବଳୟ ପ୍ରଭାବ ପଡ଼ିଛି । ଯାହାଦ୍ୱାରା ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ମୌସୁମୀ ଜନିତ ବର୍ଷା ଲାଗିରହିଛି । ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଚଳିତ ମାସ ଜୁନ ପହିଲାରୁ ଜୁନ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱାଭାବିକଠାରୁ ୭% ଅଧିକ ବର୍ଷା ହୋଇଛି । ଓଡ଼ିଶାରେ ଏବେ ସୁଦ୍ଧା ୧୫୬.୬ ମିମି ବର୍ଷା ଅନୁଭୂତ ହୋଇଛି, ଯାହା ସ୍ୱାଭାବିକ ବର୍ଷା ୧୪୬.୮ ମିମିଠାରୁ ୭% ଅଧିକ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ ସକାଶେ ରାଜ୍ୟ ସାରା ବର୍ଷା ଜାରି ରହିବ । ଗୁରୁବାର ରାଜ୍ୟର ୨୨ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୧୨ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ସେହି ଜିଲ୍ଲା ଗୁଡ଼ିକ ହେଲା ଯଥା, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ନବରଙ୍ଗପୁର, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର ଓ ଅନ୍ୟ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଯାହାଫଳରେ ପାଣିପାଗ କେନ୍ଦ୍ର ଦ୍ୱାରା ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାଗୁଡ଼ିକରେ ଅଧିକରୁ ଅଧିକ ବର୍ଷା ସମ୍ଭାବନା ରହିଥିବାରୁ ତଳି ଅଞ୍ଚଳର ଲୋକେ ଜଳବନ୍ଦୀ ହେବାର ସମ୍ଭାବନା ଥିବାବେଳେ ପାହାଡ଼ିଆ ଅଞ୍ଚଳରେ ପଥର ଖସିବା ସମ୍ଭାବନା ରହିଛି । ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବା ସହ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ ଏସ୍‌ଆର୍‌ସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking