35.1 C
Bhubaneswar
Tuesday, April 23, 2024
Homeକରୋନାଆଜିଠୁ ମହାରାଷ୍ଟ୍ରରେ ଅନଲକ୍‌, ପ୍ରସ୍ତୁତ ହୋଇଛି ୫ ସ୍ତରୀୟ ପ୍ଲାନ୍‌

ଆଜିଠୁ ମହାରାଷ୍ଟ୍ରରେ ଅନଲକ୍‌, ପ୍ରସ୍ତୁତ ହୋଇଛି ୫ ସ୍ତରୀୟ ପ୍ଲାନ୍‌

ମୁମ୍ବାଇ : ଆଜିଠୁ ମହାରାଷ୍ଟ୍ରରେ ଅନଲକ୍‌ । ଏଥିପାଇଁ ୫ ସ୍ତରୀୟ ଅନଲକ୍‌ ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ପଜିଟିଭିଟି ହାର ଏବଂ କେତେ ପ୍ରତିଶତ ଅକ୍ସିଜେନ୍‌ ବେଡ୍‌ ବ୍ୟବହାର ହେଉଛି ତାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାକୁ ୫ଟି ସ୍ତରରେ ବିଭକ୍ତ କରାଯାଇଛି । ଯେଉଁ ଜିଲ୍ଲା ଗୁଡ଼ିକରେ ପଜିଟିଭିଟି ହାର ୫ ପ୍ରତିଶତରୁ କମ୍‌ ରହିଛି ଏବଂ ୨୫ ପ୍ରତିଶତରୁ କମ୍‌ ଅକ୍ସିଜେନ୍‌ ବେଡ୍‌ ବ୍ୟବହାର ହେଉଛି, ସେଠାରେ ବିନା କଟକଣାରେ ସବୁ କିଛି ଖୋଲିବ । ପ୍ରଥମ ସ୍ତରରେ ଥିବା ଜିଲ୍ଲାର ଗୁଡ଼ିକରେ ରେଷ୍ଟୁରାଣ୍ଟ, ମଲ୍‌, ସେଲୁନ୍‌, ଥିଏଟର ଓ ସବୁ ଦୋକାନ ଖୋଲିବ । ଦ୍ୱିତୀୟ ସ୍ତରରେ ଥିବା ଜିଲ୍ଲା ଗୁଡ଼ିକରେ ଦୋକାନ ଖୋଲିପାରିବ ।

ତେବେ ମଲ୍‌, ରେଷ୍ଟୁରାଣ୍ଟ, ଜିମ୍ନାସିୟମ, ସେଲୁନ୍‌ ଖୋଲିବା ପାଇଁ ଆଂଶିକ ଅନୁମତି ମିଳିବ । ଦ୍ୱିତୀୟ ସ୍ତରରେ ବିବାହ ଓ ଅନ୍ୟ ସମାଗମ ପାଇଁ ୫୦ ପ୍ରତିଶତ ଅନୁମତି ମିଳିବ । ୫ ରୁ ୧୦ ପ୍ରତିଶତ ପଜିଟିଭିଟି ହାର ଥିବା ଜିଲ୍ଲା ଗୁଡ଼ିକ ତୃତୀୟ ସ୍ତରରେ ରହିବେ । ମୁମ୍ବାଇକୁ ତୃତୀୟ ସ୍ତରରେ ରଖାଯାଇଛି। ମୁମ୍ବାଇରେ ଫିଲ୍ମ ସୁଟିଂକୁ ଅନୁମତି ମିଳିବ । ମୁମ୍ବାଇରେ କେବଳ ଜରୁରୀ କାର୍ଯ୍ୟରେ ନ୍ୟସ୍ତ ଥିବା ଲୋକ ଲୋକଲ ଟ୍ରେନ୍‌ରେ ଯାତ୍ରା କରିପାରିବେ । ସେହିଭଳି ୧୦ ରୁ ୨୦ ପ୍ରତିଶତ ପଜିଟିଭିଟି ହାର ଥିବା ଜିଲ୍ଲାଗୁଡ଼ିକୁ ଚତୁର୍ଥ ସ୍ତରରେ ରଖାଯାଇଛି । ୨୦ ପ୍ରତିଶତରୁ ଅଧିକ ପଜିଟିଭିଟି ହାର ଥିବା ଜିଲ୍ଲା ଗୁଡ଼ିକରେ ଆଦୌ କଟକଣା କୋହଳ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking