23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଭାଲସ୍କିସ୍‌ଙ୍କ ଡବଲ୍‌ରେ ଜେଏଫ୍‌ସି ବିଜୟୀ

ଭାଲସ୍କିସ୍‌ଙ୍କ ଡବଲ୍‌ରେ ଜେଏଫ୍‌ସି ବିଜୟୀ

ଗୋଆ : ଚଳିତ ଆଇଏସ୍‌ଏଲ୍‌-୭ର ବିଂଶତମ ମ୍ୟାଚ୍ ସୋମବାର ଏଠାକାର ତିଲକ ମୈଦାନଠାରେ ଖେଳାଯାଇଥିବା ବେଳେ ଏଥିରେ ଏଟିକେ ମୋହନ୍ ବାଗାନ୍‌ର ବିଜୟ ଧାରାରେ ବ୍ରେକ୍ ଲଗାଇଛି ଜାମସେଦପୁର ଏଫ୍‌ସି । ଏଥିସହ ଜେଏଫ୍‌ସି ତା’ର ପ୍ରଥମ ବିଜୟ ହାସଲ କରି ସମୁଦାୟ ୫ ପଏଣ୍ଟ୍ ସହ ଟେବଲ୍‌ର ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ମ୍ୟାଚ୍‌ରେ ନେରିଜସ୍ ଭାଲସ୍କିସ୍ ଡବଲ୍ ଗୋଲ୍ ଦେଇଥିବା ବେଳେ ଏଟିକେଏମ୍‌ବି ପକ୍ଷରୁ ରୟ କ୍ରିଷ୍ଣା ଗୋଟିଏ ଗୋଲ୍ ଦେଇଥିଲେ । ଫଳରେ ମ୍ୟାଚ୍‌କୁ ୨-୧ରେ ଜେଏଫ୍‌ସି ଜିତିନେଇଥିଲା । ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଖେଳରେ ୩୦ତମ ମିନିଟ୍‌ରେ ମୋନରୟଙ୍କ ଶଟ୍‌କୁ ଭାଲସ୍କିସ୍ ହେଡର୍ ମାଧ୍ୟମରେ ଏଟିକେଏମ୍‌ବି ଗୋଲ୍‌କିପର୍ ଅରିନ୍ଦମ୍ ଭଟ୍ଟାଚାର୍ଯ୍ୟଙ୍କୁ ପରାସ୍ତ କରି ପ୍ରଥମ ଗୋଲ୍ ଦେଇଥିଲେ । ପରେ ଦ୍ୱିତୀୟାର୍ଦ୍ଧରେ ୬୬ତମ ମିନିଟ୍‌ରେ ମଧ୍ୟ ଭାଲସ୍କିସ୍‌ଙ୍କୁ ଗୋଲରେ ରହମାନ୍ ଓ ମୋନରୟ ସହଯୋଗ କରିଥିଲେ । ଏହା ସଂସ୍କରଣରେ ଭାଲସ୍କିସ୍‌ଙ୍କ ପଞ୍ଚମ ଗୋଲ୍ ଥିଲା । ୮୦ତମ ମିନିଟ୍‌ରେ କ୍ରିଷ୍ଣା ବଦଳ ଖେଳାଳି ମାନବୀର ସିଂଙ୍କଠାରୁ ପାଇଥିବା ପାସ୍‌କୁ ଗୋଲରେ ପରିଣତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking