26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ଆପଣ ଚିନ୍ତାମୁକ୍ତ ହୋଇପାରନ୍ତି । ମନରେ ସେବାଭାବନା ଜାଗ୍ରତ ହେବ । ଆକସ୍ମିକ ଭାବେ ବ୍ୟବସାୟରୁ ଲାଭ ପାଇବେ । କୃଷି କ୍ଷେତ୍ରକୁ ତ୍ୱରାନ୍ୱିତ କରିବେ ।

ବୃଷ: ଆର୍ôଥକ ଉନ୍ନତି ପାଇଁ ଚେଷ୍ଟା ଜାରି ରଖିବେ । କର୍ମକ୍ଷେତ୍ର ଏପରିକି ସର୍ବଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ମିଥୁନ: ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ । ତ୍ୟାଗପୂତ ମନୋବୃତି ବହନ କରିପାରନ୍ତି । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଂଚଳମନା ହେବେ । ଅତିଖୁଶୀ ରହିବେ ।

କର୍କଟ: ପ୍ରୀତି ଭୋଜନ ମିଳିପାରେ । ଦେବଦର୍ଶନ ଓ ପୂଜାର୍ଚ୍ଚନାରେ ଲିପ୍ତ ରହିବେ । ଆୟ ପରିମାଣ ବୃଦ୍ଧି ପାଇବ । ସରକାରୀ କିମ୍ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ ।

ସିଂହ: କର୍ମକ୍ଷେତ୍ରରୁ ପ୍ରତିବନ୍ଧକ ଦୂରୀଭୂତ ହେବ । ଅତିଥି ସତ୍କାର ପାଇ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମନସ୍କାମନା ପୂର୍ଣ୍ଣ ହୋଇପାରେ । ବ୍ୟବସାୟରେ ଲାଭବାନ ହେବେ ।

କନ୍ୟା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ହସଖୁସିର ସମୟ ବତାଇବେ । ବିଭିନ୍ନସ୍ତରରୁ ସ୍ନେହ ଶ୍ରଦ୍ଧା ଲାଭ କରିବେ ।

ତୁଳା: ହଜିଥିବା ଦ୍ରବ୍ୟ ପୁନର୍ବାର ହସ୍ତଗତ ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ମନରେ ସେବା ଭାବନା ଜାଗ୍ରତ ହେବ ।

ବିଛା: ସଫଳତାର ସୂଚନା ମିଳିପାରେ । ଭ୍ରମଣ ଯୋଗ ରହିଛି । ପ୍ରତିଯୋଗିତାରେ ବିଜୟୀ ହେବେ । ଯଶସ୍ୱୀ ହୋଇପାରନ୍ତି । ପାରିବାରିକ ଜୀବନ ସୁଖପଦ ହେବ ।

ଧନୁ: ଶିକ୍ଷା କ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ ।

ମକର: ପିତାଙ୍କ ସ୍ୱାସ୍ଥ୍ୟ ପାଇ ଚିନ୍ତିତ ହୋଇପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । କର୍ତ୍ତବ୍ୟ ପରାୟଣ ହେବେ । ପଡ଼ୋଶୀଙ୍କ ସହ ଉତମ ବୁଝାମଣା ହେବ ।

କୁମ୍ଭ: ପିଲାଙ୍କ ପଢ଼ାପଢ଼ି ପାଇଁ ବ୍ୟସ୍ତ ରହିବେ । କଳ୍ପନା ବିଳାସୀ ହୋଇପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖ ମିଳିବ। ଶତୃତମନ କରିପାରନ୍ତି ।

ମୀନ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ହଠାତ କିଛି ଅର୍ଥ ପାଇ ଚିନ୍ତାମୁକ୍ତ ହେବେ । ଚଂଚଳ ପ୍ରକୃତିର ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି । ବାଣିଜ୍ୟେ ବସତି ଲକ୍ଷ୍ମୀ ଯୋଗ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking