32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆଜି ଦିନ ମଧ୍ୟରେ ସବୁ କଥାକୁ ଭଲ ରୂପେ ବିଚାର କରି କାମ କରନ୍ତୁ ନତୁବା ବିଭିନ୍ନ ସମସ୍ୟା ମାଡ଼ି ଆସିବ । ବନ୍ଧୁ ଆସିବେ ବହୁତ କିଛି କହିବେ । ମାତ୍ର ଫେରିବା ସମୟରେ ମନଦୁଃଖ କରି ବହୁତ ଅନୁରୋଧ କଥା କହି ବିଦାୟ ନେଇପାରନ୍ତି ।

ବୃଷ : ଆଜି ଅତିରିକ୍ତ କଠିନ ଶ୍ରମ କିମ୍ବା ବିଶ୍ୱ ଭ୍ରମଣ କାରଣରୁ ଶାରୀରିକ କ୍ଳାନ୍ତି ଅନୁଭବ କରିବେ । ଆଗାମୀ ଅନୁଷ୍ଠାନିକ କାର୍ଯ୍ୟରେ ସମୟ ଦେବେ । କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହେବେ ।

ମିଥୁନ : ଆଜି ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଦଉଡ଼ କରିବାକୁ ପଡ଼ିପାରେ । ସକାଳୁ ସକାଳୁ ଦେଖା କରିବାକୁ କହିଥିବା ବ୍ୟକ୍ତିଟି ସକାଶେ ପ୍ରତିକ୍ଷା ଜନିତ ଯନ୍ତ୍ରଣା ଅନୁଭବ କରିବେ ।

କର୍କଟ : ଅବଶ୍ୟ ବ୍ୟସ୍ତତାର ଗୁରୁତ୍ୱ ହୃଦୟଙ୍ଗମ ପୂର୍ବକ ବନ୍ଧୁଙ୍କ କୌଣସି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ ପାରନ୍ତି । ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ । କେତେକ କାରଣରୁ କେନ୍ଦ୍ର କରିପାରନ୍ତି । ହଠାତ ଦୂରକୁ ଯିବାକୁ ପଡ଼ିପାରେ । ବିଚାର ବୃଦ୍ଧିକୁ ପ୍ରୟୋଗ କରି ଅସମର୍ଥ ହେବେ ।

ସିଂହ : ଆଜି ମନ ଭିତରେ ଗୋପନ କଥାକୁ କହିବାକୁ ଇଚ୍ଛା ଥିଲେ ମଧ୍ୟ ସଙ୍କୋଚବଶଃ କରିବେ । ମନ କଥା ପ୍ରକଶ କରିପାରିବେ ନାହିଁ। ବୃଥା ସନ୍ଦେହ କରି ଅନ୍ୟମାନଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି । ମାଲିମୋକଦ୍ଦମାରେ ବିଚାର ବିଳମ୍ବ ହେବାରୁ ଅଶାନ୍ତି ଅନୁଭବ କରିବେ । ଆର୍ଥିକ ଅନଟନ ଲାଗି ରହିବ ।

କନ୍ୟା : ଆଜି ସାମାନ୍ୟ କଥାରେ ମତଭେଦ ଘଟିପାରେ । ପରିବାରରେ କୌଣସି ବ୍ୟକ୍ତିଙ୍କ ମନରେ ସରସତା ରହିବ ନାହିଁ । ଅବସ୍ୟ ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ୱାରା ସାହାଯ୍ୟ ପାଇବେ । ଅବସାଦ ଦୂର ହେବ । ମହିଳାମାନେ ମୂଲ୍ୟବାନ୍ ଦ୍ୟବ୍ୟ ଲାଭ କରିବେ ।

ତୁଳା : ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ । ମାତ୍ର ସବୁ କଥାକୁ ଭୂଲଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ । ପ୍ରତ୍ୟକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ବୃଦ୍ଧି ପାଇବ । ଲକ୍ଷ ହାସଲ କରିପାରନ୍ତି । ମହିଳାମାନେ ନିଜର ଇଚ୍ଛାରେ କାମ କରି ସମାଲୋଚିତ ହେବେ ।

ବିଛା: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ବ୍ୟବସାୟରେ ସ୍ୱଚ୍ଛ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଗୃହ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିବେ ।

ଧନୁ : ପରିବାରିକ ବିଶୃଙ୍ଖଳା ଲାଗି ରହିବ, ସମାଧାନ ବହୁ କଷ୍ଟରେ କରିବେ । ବ୍ୟବସାୟ ଓ ଚାଷ କାର୍ଯ୍ୟରେ ଉନ୍ନତି ଦେଖାଦେବ । କାର୍ଯ୍ୟରେ ନିନ୍ଦିତ ହେବେ ।

ମକର: ବହୁଦିନର ଉଦ୍ୟମ ବୃଥା ହେବ । ପ୍ରତାରଣାର ଶିକାର ହେବେ । କୌଣସି ଅନୁଷ୍ଠାନରେ ସମ୍ମାନିତ ହେବେ । କର୍ମକ୍ଷେତ୍ରରେ ଖୁସି ହେବେ । ଅହମିକା ହେତୁ ଅପଦସ୍ତ ହେବେ । କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟର ଅଭାବ ଘଟିବ ।

କୁମ୍ଭ: ଆଜି ସାଧୁଲୋକଙ୍କ ସଂସ୍ପର୍ଶରେ ଆସିପାରନ୍ତି । ପ୍ରତିଯୋଗିତାରେ ସମୟ କାଟିବେ । କଳହାଦିରେ ଜଡ଼ିତ ହେବେ । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଉଦାସୀନତା ରହିପାରନ୍ତି । କାର୍ଯ୍ୟରେ ସିଦ୍ଧି ମିଳିପାରିବ । ଗୃହରେ ଆନନ୍ଦ ପାଇବେ ।

ମୀନ: ବହୁଦିନର ଷଡ଼ଯନ୍ତ୍ରରୁ ଉଧୁରିଯିବେ । ବିଚଳିତ ହୋଇପାରନ୍ତି । ସଞ୍ଚୟ ଉପଯୋଗ କରିବେ । ଗୃହ କାର୍ଯ୍ୟରେ ଆଗ୍ରହୀ ହେବେ । ଅଯଥା ଆଶଙ୍କା ଅନୁଭବ କରିବେ । ଧର୍ମୀୟ ଭାବନାରେ ଶାନ୍ତି ପାଇବେ । ସତର୍କ ରହି ମଧ୍ୟ କ୍ଷତିରେ ପଡ଼ିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking