ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କୌଣସି ଏକ ସମସ୍ୟାକୁ ନେଇ କର୍ମକ୍ଷେତ୍ରରେ ମାନସିକ ଦୁଃଶ୍ଚିନ୍ତା ବଢ଼ିଯିବ । ନୀଚ ବ୍ୟକ୍ତିଙ୍କ ଠାରୁ ଅପମାନିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତି ପରିମାଣ ବଢ଼ିବ । ପାରିବାରିକ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଅସୁବିଧା ଭୋଗିବେ ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଅନେକ ଶୁଭ ଖବର ଆସିବ । ଗୁରୁଜନମାନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ରହିବେ । କର୍ମକ୍ଷେତ୍ର ତଥା ବ୍ୟବସାୟରେ ଅସୁବିଧା ଓ ଅସହଯୋଗ ପାଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ ।

ମିଥୁନ : ଆର୍ଥିକ ଅବସ୍ଥା ଖରାପ ହୋଇପାରେ । ବନ୍ଧୁ ସହ ମତାନ୍ତର ଘଟିପାରେ । କର୍ମକ୍ଷେତ୍ରରେ ସାମାନ୍ୟ ଦୁଃଖ ହେବାର ଯୋଗ ରହିଛି । ପାରିବାରିକ ଅଶାନ୍ତି ଦେଖାଦେଇପାରେ । ମହିଳା ଓ ବିଦ୍ୟାର୍ଥୀମାନେ କାର୍ଯ୍ୟରତ ରହିବେ ।

କର୍କଟ : ଶରୀର ସୁସ୍ଥ ରହିବ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟରେ ଲାଭବାନ ହୋଇପାରନ୍ତି । ଚାଷ କାର୍ଯ୍ୟରେ ସଫଳତା ପାଇପାରନ୍ତି । କର୍ମକ୍ଷେତ୍ରରେ ସମସ୍ତଙ୍କ ସହଯୋଗ ପାଇବେ । ମହିଳା ଓ ଛାତ୍ରଛାତ୍ରୀମାନେ ଦୂରଯାତ୍ରା କରିପାରନ୍ତି ।

ସିଂହ : ପାରିବାରିକ କନ୍ଦଳ ଲାଗିପାରେ । ଭୂସମ୍ପତି କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ । ବ୍ୟବସାୟରେ ଦ୍ୱନ୍ଦ ଦେଖାଦେବ । ଶାରୀରିକ ଅସୁସ୍ଥତା ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ନିନ୍ଦା ପାଇପାରନ୍ତି ।

କନ୍ୟା : ବ୍ୟବସାୟରେ ଉନ୍ନତି କରିବେ । ନୂତନ ଅନୁଷ୍ଠାନ ନିର୍ମାଣରେ ଲାଗିପଡ଼ିବେ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମକ୍ଷେତ୍ରରେ କୌଣସି ଜଟିଳ କାର୍ଯ୍ୟ ସମାଧାନ କରି ସମସ୍ତଙ୍କର ପ୍ରିୟ ହେବେ । ମହିଳାମାନେ ଉନ୍ନତି କରିବେ ।

ତୁଳା : ପାରିବାରିକ ଅଶାନ୍ତି ଦେଖାଦେବ । ଭାତୃବିବାଦ ଦେଖାଦେବ । ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ସାମାନ୍ୟ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ ସହ କର୍ମୀଙ୍କ ସହ କଳହ ହୋଇପାରେ । ମହିଳା ଓ ବିଦ୍ୟାର୍ଥୀମାନେ ଦୁଃଖିତ ହେବେ ।

ବିଛା : ପାରିବାରିକ ତଥା ଶାରୀରିକ ଶାନ୍ତି ମିଳିବ । କର୍ମକ୍ଷେତ୍ରରେ ଉଚ୍ଚପ୍ରଶଂସିତ ହେବେ । ବ୍ୟବସାୟରେ ଲାଭବାନ ହେବେ । ବନ୍ଧୁଙ୍କ ସହଯୋଗରେ ଶତ୍ରୁ ବିଜୟୀ ହେବେ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁସିରେ ସମୟ କାଟିବେ ।

ଧନୁ : ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ପାରିବାରିକ ଅଶାନ୍ତି ଦେଖାଦେବ । ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ବ୍ୟବସାୟରେ ଋଣଗ୍ରସ୍ତ ହୋଇପାରନ୍ତି । ମହିଳାମାନେ ଗୃହ କାର୍ଯ୍ୟରେ ଅଶାନ୍ତିରେ କାଟିବେ । ଛାତ୍ରଛାତ୍ରୀମାନେ ଅଶାନ୍ତିରେ ସମୟ କାଟିବେ ।

ମକର : ଆପଣଙ୍କର ସ୍ୱାସ୍ଥ୍ୟ ପକ୍ଷେ ସେତେ ଭଲ ନୁହେଁ କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ । ଆୟ ଓ ବ୍ୟୟ ସମାନ ରହିବ । ପରିବାରରେ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

କୁମ୍ଭ : ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । କର୍ମକ୍ଷେତ୍ର ତଥା ବ୍ୟବସାୟରେ ଉଚ୍ଚ ପ୍ରଶଂସିତ ହେହେବ । ମାନସିକ ଓ ପାରିବାରିକ ଶାନ୍ତି ମିଳିବ । ଆପଣଙ୍କର ବିଦେଶ ଯାତ୍ରା ଯୋଗ ଅଛି ।

ମୀନ : ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । ନୂତନ ବନ୍ଧୁ ଦର୍ଶନରେ ଆନନ୍ଦ ମିଳିବ । କର୍ମକ୍ଷେତ୍ରରେ ସମ୍ମାନିତ ହେବେ । ବ୍ୟବସାୟରେ ଲାଭବାନ ହେବ । ମହିଳାମାନେ ପରିବାର ମଧ୍ୟରେ ଖୁସିରେ ସମୟ କାଟିବେ ।

LEAVE A REPLY

Please enter your comment!
Please enter your name here