32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହ ପଦ ହେବ ନାହିଁ । ମାଲିମକୋଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି ।

ବୃଷ : ଆଜି ଧାର କରଜ କରି ଆବଶ୍ୟକତା ଚଳାଇ ନେବେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖିନ ହେବେ । ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ କାମ ହାସଲ କରିବେ ।

ମିଥୁନ : ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ । ପରିବାରରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ । ହଠାତ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ ।

କର୍କଟ : ଆଜି ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ । ଏଣୁ ସାବଧାନତା ଆବଶ୍ୟକ । ପ୍ରେମସମ୍ପର୍କରେ ଚତୁରୀ କଥା କହି ଅନ୍ୟକୁ ଆପଣାର କରିବେ । ଯାହାକି ସମସ୍ୟାର କାରଣ ହେବ ।

ସିଂହ : ସଭା ସମିତିରେ ଉଚ୍ଚ ବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ । ଦୀର୍ଘ ସମୟ ଅତିକ୍ରାନ୍ତ ପରେ ଖୋଜୁଥିବା ଜିନିଷ ହଠାତ ପାଇଯିବେ । ଅର୍ଥ ମିଳିବ ।

କନ୍ୟା : ଆଜି କେତେକ କ୍ଷେତ୍ରରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହେବେ । କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି । ଗୃହକାମରେ ମନ ଦେବେ ।

ତୁଳା : ବନ୍ଧୁମାନଙ୍କ ଅନୁରୋଧ ବଶତଃ ଦୂରଯାତ୍ରା କରିପାରନ୍ତି । ନିଜ ଲୋକମାନଙ୍କ ପକ୍ଷପାତିତାକୁ ଦେଖି ବ୍ୟସ୍ତ ହେବେ । ମହିଳାମାନେ ବ୍ୟସ୍ତତା ଅନୁଭବ କରିବେ ।

ବିଛା : କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡ଼ିପାରେ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ । ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ ।

ଧନୁ : କଠୋର କଥା କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ । ଅଫିସ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ ।

ମକର : ଆଜି ବନ୍ଧୁଙ୍କ ଜରିଆରେ କାମ ହାସଲ ମଧ୍ୟ କରିବେ । ବିଭିନ୍ନ ସୂତ୍ରରୁ ରୋଜଗାର ବୃଦ୍ଧିପାଇବ । ଗଠନମୂଳକ କାର୍ଯ୍ୟରେ ପ୍ରଂଶସିତ ହେବେ । ଦୂରଯାଗାକୁ ଯାଇପାରନ୍ତି ।

କୁମ୍ଭ : ବହୁ ଦିନର ଅର୍ଥ ଆଦୟ କରିବାରେ ସକ୍ଷମ ହେବେ । ପୈତୃକ ସମ୍ପତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ । ପ୍ରତ୍ୟକ କ୍ଷେତ୍ରରେ ନୀରବ ରହି କାମ କରିବେ ।

ମୀନ : ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ସହକର୍ମୀମାନେ ସାହାଯ୍ୟ କରିବେ । ଅର୍ଥାଭାବ କେତେକ କାମକୁ ଅଟକାଇ ଦେବ । ମହିଳାମାନେ ଭୂଲ ବୁଝିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking