38.8 C
Bhubaneswar
Friday, April 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ଆପଣଙ୍କ ଭାଗ୍ୟର ତାରକା ଉଜ୍ଜଳ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଆଜି ଆପଣଙ୍କ ଆଶା ପୂରଣ ହେବ । ବୁଦ୍ଧିଜୀବିଙ୍କ ସହିତ ସମ୍ପର୍କ ମଜବୁତ ରହିବ । ମହିଳାମାନେ ଗୃହ କାର୍ଯ୍ୟରେ ସଫଳତା ପାଇବେ ।

ବୃଷ : ଆପଣ କ’ଣ ପାଇଛନ୍ତି । କ’ଣ ହରାଇଛନ୍ତି । ଆଜି ସେହି ଚିନ୍ତାରେ ଅଧିକ ସମୟ କଟିବ । ନିଜର ଦ୍ରବ୍ୟଲାଭ ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ ଗୋଟିଏ କଥାରେ ସମସ୍ୟା ଉପୁଜିବ । ରାଜିନୀତିରେ ଆଧିପତ୍ୟ ବଢ଼ିବ । ମହିଳାମାନେ ଦୂର ଯାତ୍ରା କରିପାରନ୍ତି ।

ମିଥୁନ : ଆଜି ଭାଗ୍ୟର ସହଯୋଗ ପାଇବେ । ଦୀର୍ଘଦିନର ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ବନ୍ଧୁଙ୍କ ସହିତ ଯାତ୍ରାରେ ଯିବା ପାଇଁ ଯୋଜନା କରିବେ । ପାରିବାରିକ ଜୀବନରେ ସୁଖ ରହିବ । ଛାତ୍ରଛାତ୍ରୀମାନେ ଭଲ ପଢ଼ାପଢ଼ି କରିପାରନ୍ତି ।

କର୍କଟ : ଆଜି ସତସଙ୍ଗରେ ସମୟ ବିତିବ । ପତ୍ନୀଙ୍କ ଠାରୁ ଭଲ ଖବର ପାଇବେ । ଲାଗି ରହିଥିବା ବିବାଦ ଆପଣଙ୍କ ପକ୍ଷରେ ଯିବ । ବ୍ୟବସାୟ ପାଇଁ ଯୋଜନା କରିପାରନ୍ତି ।

ସିଂହ : ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତ ମିଳିବ । ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ । ସାଧୁସନ୍ଥଙ୍କ ସହିତ ସମ୍ପର୍କ ବଢ଼ିବ । ଚାକିରୀରେ ସନ୍ତୁଷ୍ଟ ରହିବେ । କର୍ତୃପକ୍ଷ ଆପଣଙ୍କୁ ନୂଆ କାର୍ଯ୍ୟ ପାଇଁ କହିବେ । ମହିଳାମାନେ ରାଜନୈତିକ ରାଗ ନେଇପାରନ୍ତି ।

କନ୍ୟା : ଆପଣଙ୍କ ଆଖପାଖରେ ମଧୁର ବାତାବରଣ ରହିବ । ପଡ଼ୋଶୀଙ୍କ ଠାରୁ ଭଲ ଖବର ଶୁଣିବେ । କୌଣସି ବିବାଦରେ ପସନ୍ତୁ ନାହିଁ । ନେତା ଆପଣଙ୍କୁ ନୂଆ କାର୍ଯ୍ୟ ଅର୍ପଣ କରିବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବହୁତ ଆରାମରେ ରହିବେ ।

ତୁଳା : ସାରାଦିନ ସ୍ମୃତିଶୀଳ ରହିବେ । ରାଜନୀତିରେ ସୀମା ବଢ଼ାଇବେ । ଲୋକମାନଙ୍କ ସହିତ ଘନିଷ୍ଠତା ବଢ଼ିବ । ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ । ସହକର୍ମୀଙ୍କ ସମ୍ବନ୍ଧରେ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି । ବିଦ୍ୟାର୍ଥୀମାନେ ପରୀକ୍ଷାରେ ଭଲ କରିବେ ।

ବିଛା : ଆପଣ ଜଉ କାମ ଠିକ ଭାବେ କରିବେ ସେ କାମ ହେବ । ଆର୍ଥିକ ସ୍ଥିତି ସୁଧାର ହେବ । ଶତ୍ରୁକୁ ପରାସ୍ତ କରିବେ । ପରିବାର ଠାରୁ ପ୍ରଶଂସା ପାଇବେ । ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କାଟିବେ ।

ଧନୁ : ବ୍ୟବସାୟଙ୍କ ପାଇଁ ଦିନଟି ବହୁତ ଭଲ । ସଫଳତା ପାଇବା ଦିଗରେ ଅଗ୍ରସର ହେବେ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବାରୁ ମନରେ ପ୍ରସନ୍ନତା ରହିବ । କ୍ୟାରିୟର ସମ୍ବନ୍ଧରେ ମହତ୍ୱପୂର୍ଣ୍ଣ ନିଷ୍ପତି ନେଇପାରନ୍ତି ।

ମକର : କୃତିତ୍ୱ ବଜାୟ ରଖିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବ । ଆବଶ୍ୟକ ଠାରୁ ଅଧିକ ବିଶ୍ୱାସ କରନ୍ତୁ ନାହିଁ । ନୂଆ ଜମି କରିବା ପାଇଁ ବିଚାର କରିବେ ।

କୁମ୍ଭ : ଆପଣଙ୍କ ଉର୍ଜ୍ଜାର ସ୍ତର ବୃଦ୍ଧି ହେବ । ପୂର୍ବରୁ ଯେଉଁ କାର୍ଯ୍ୟ କରିଥିଲେ ଲାଭ ହେବ । ପଡ଼ୋଶୀଙ୍କ ସହିତ ସମ୍ବନ୍ଧ ମଧୁର ହେବ । ଚାକିରୀରେ ସୁଯୋଗ ରହିଛି । ପୂର୍ବ ବାକିଆ ଆଜି ମିଳିଯିବ ।

ମୀନ : ଚାକିରୀରେ ନିଜର ଦାୟିତ୍ୱକୁ ସୁରୁଖୁରରେ ତୁଲାଇବେ । ସହକର୍ମୀଙ୍କ ବ୍ୟବଧାନରେ ଖୁସି ରହିବେ । ଧନପ୍ରାପ୍ତିର ଯୋଗ ରହିଛି। ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking